ମହିଳାଙ୍କ ଆଖି ଭିତରୁ ବାହାରିଲା ୪ଟି ଜୀବିତ ମହୁମାଛି, ଲୁହ ପିଇ ବଞ୍ଚିଥିଲେ, ଦେଖନ୍ତୁ ଭିଡିଓ…

ତାଇପେଇ,୧୧।୪: ଆଖି ଭିତରେ କେବେ ୪ଟି ମହୁମାଛି ପଶିକି ରହିବା ଓ ପରେ ଜୀବିତ ଅବସ୍ଥାରେ ବାହାରିବା କଥା କେବେ ଶୁଣିଛନ୍ତି? ହଁ ଆଜ୍ଞା ଏହି କଥାଟି ସତ। ଏଭଳି ଏଖ ଘଟଣା ତାଇଓ୍ବାନରେ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ଆଖି ଭିତରୁ ଏକାବେଳେ ୪ଟି ମହୁମାଛି ବାହାର କରାଯାଇଛି। ଏହି କଥା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ବିଶ୍ବରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଚି। ମହିଳା ଜଣକଙ୍କର ଆଖି କୁଣ୍ଡାଇ ହେବାକୁ ସେ ହସ୍ପିଟାଲ ଆସିଥିଲେ, ଡାକ୍ତରଙ୍କ ତାଙ୍କ ଆଖି ଦେଖିବା ପରେ ଜାଣିବାକୁ ପାଇଥିଲେ ଏହା ଭିତରେ ୪ଟି ମହୁମାଛି ରହିଛନ୍ତି। ସେମାନେ ଆଖିର ଲୁହ ପିଇ ବଞ୍ଚିକି ରହିଥିଲେ। ମହିଳାଙ୍କ ଆଖି ଭିତରୁ ଡାକ୍ତର ସଫଳତାର ସହିତ ଏହି ମହୁମାଛିକୁ ବାହାର କରିଥିଲେ।

ଆଖି ବିଶେଷଜ୍ଞଙ୍କ ଓ ହସ୍ପିଟାଲର ମୁଖ୍ୟ ଡାକ୍ତରଭ୍କ କହିବା ଅନୁସାରେ ଆଖି ଭିତରେ କିଛି ପୋକ ପଶିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ମାଇକ୍ରୋସ୍କୋପ ଜରିଆରେ ଏହାକୁ ବାହାର କରିବା ପରେ ଜଣାପଡିଥିଲା ଏସବୁ ମହୁମାଛି ଥିଲେ। ଏପରିକି ଆଖି ଭିତରୁ ଏସବୁ ମହୁମାଛି ବାହାରିବା ପରେ ସେମାନେ ଜୀବିତ ଏବଂ ଅକ୍ଷତ ଥିଲେ। ଏହି ଘଟଣା ବିଶ୍ବରେ ପ୍ରଥମ।
ଆପଲ ନ୍ୟୁଜ ନେଟଓ୍ବାର୍କରୀ ସୂଚନା ଅନୁସାରେ, ଯିଏ ଏହି ଭିଡିଓ ସେୟାର କରିଚନ୍ତି ଓ ପ୍ରେସ୍ କନଫ୍ରେନର ବୟାନ ଅନୁଯାୟୀ ମହିଳା ଜଣକ ଫସଲ କାଟିବା ସମୟରେ ତାଙ୍କ ଆଖିରେ କିଛି ପଡିବାର ଅନୁଭବ କରିଥିଲେ। ଏହାପରେ ସେ ଆଖିରୁ ମଇଳା ବାହାର କରିବା ପାଇଁ ପାଣି ଦେଇ ଧୋଇଥିଲେ। କିନ୍ତୁ ତା’ପର ଦିନ ତାଙ୍କ ଆଖି ପୋଡିବା ସହ ଫୁଲି ଯାଇଥିଲା। ଏହାପରେ ସେ ଫ୍ୟୁନିକ ୟୁନିଭର୍ସିଟି ହସ୍ପିଟାଲ ଯାଇଥିଲେ।

ଡାକ୍ତରମାନେ ମହିଳାଙ୍କର ୮୦ ପ୍ରତିଶତ ଦେଖିବାର କ୍ଷମତାକୁ ବଞ୍ଚାଇ ପାରିଛନ୍ତି। ଗତ ୫ ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମହିଳା ଜଣଙ୍କର ଆଖି ଏଥିପାଇଁ ସୁରକ୍ଷିତ ରହିପାରିଥିଲା ଯେ ସେ ତାଙ୍କ ଆଖିକୁ ଦଳାଚକଟା କରିନଥିଲେ। ଏହି ଛୋଟ ମହୁମାଛି ଗୁଡିକୁ ସ୍ବିଟ୍ ବିଜ୍ କୁହାଯାଏ। ଏହା ବିଶେଷ ଭାବରେ ମଣିଷର ଝାଳ ପ୍ରତି ଆକର୍ଷିତ ହୋଇଥାଏ। ଏଭଳି ମହୁମାଛି ପାହାଡିଆ ଅଞ୍ଚଳର ମାଟିରେ ଦେଖିବାକୁ ମିଳିଥାଏ।