ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବଜେଟ୍‌ ପୂର୍ବରୁ ଅର୍ଥ ବିଭାଗ ଉପରେ କରୋନାର ଛାଇ, ଜାରୀ ହେଲା ଆବଶ୍ୟକୀୟ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ,୨୦/୦୧ : ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୦୨୨-୨୩ ବଜେଟ୍‌ ପାଇଁ ପ୍ରସ୍ତୁତି ଜାରୀ ରହିଛି । ଯେଉଁଥିରେ ମୁଖ୍ୟ ଭୁମିକା ଗ୍ରହଣ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । କୁହାଯାଉଛି କି ଫେବୃଆରୀ ପହିଲାରେ ଦେଶବାସୀଙ୍କ ସାମ୍ନାରେ ବଜେଟ ୨୦୨୨ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ । ଏହାକୁ ନେଇ ସମସ୍ତ ପ୍ରସ୍ତୁତିପ୍ରଣାଳୀ କରୁଥିବା ଅର୍ଥମନ୍ତ୍ରାଳୟର ଡିପାର୍ଟମେଣ୍ଟ ଅଫ୍‌ ଏକୋନୋମିକ୍‌ ଆଫାୟର୍ସ ର କର୍ମଚାରୀ ମାନଙ୍କ ଉପରେ ଏବେ ସତେ ଯେମିତି କରୋନାର କରାଳ ଛାଇ ପଡ଼ିଛି ।

ଗତ କିଛି ସପ୍ତାହ ଧରି ବିଭାଗର କର୍ମଚାରୀ ମାନେ କୋଭିଡ଼ରେ ସଂକ୍ରମିତ ହେଉଥିବା ଖବର ଆସୁଛି । ତେଣୁ ବଜେଟ ପୂର୍ବରୁ ବିଭାଗର କର୍ମଚାରୀ ମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଆଇସୋଲେସନ୍‌ ଅବଧି, ହୋମ କ୍ୱାରେନଟାଇନ୍‌ ଭଳି ତମାମ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କର ଅଧିନସ୍ଥ ସଚିବ ହିମାଂଶୁ ଗାନ୍ଧୀ ଦ୍ୱାରା କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, ଗତ କିଛି ସପ୍ତାହ ଧରି ଡିପାର୍ଟମେଣ୍ଟ ଅଫ୍‌ ଏକୋନୋମି ଆଫାୟର୍ସରେ କୋଭିଡ୍‌ ଯୋଗୁ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ସେପଟେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆଇସୋଲେସନ୍‌, ହୋମ କ୍ୱାରେନଟାଇନ୍‌ ଏବଂ ତମାମ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଆଇସିଏମଆର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା କୁହାଯାଇଛି ।

କୁହାଯାଇଛି ଯେ, ଯେତେବେଳେ ସରକରୀ କର୍ମଚାରୀ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେତେବେଳେ , ତାଙ୍କର ପଜିଟିଭ୍‌ ରିପୋର୍ଟ ଦାଖଲ କରିବାର ଆଗାମୀ ୭ ଦିନ ପର୍ଯ୍ୟନ୍ତ ପରିବର୍ତ୍ତିତ ଅବକାଶ ବା ଛୁଟି ପ୍ରଦାନ କରାଯିବ । ସେପଟେ ଯଦି କୌଣସି ସରକାରୀ କର୍ମଚାରୀଙ୍କ ପରିବାରରେ କେହି ସଂକ୍ରମିତ ହୁଅନ୍ତି, ତାହେଲେ ୭ ଦିନ ପର୍ଯ୍ୟନ୍ତ କର୍ମଚାରୀ ଜଣଙ୍କ ଘରେ ରହି କାମ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.