PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବଲାଙ୍ଗୀରରେ କଂଗ୍ରେସ-ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ

ବଲାଙ୍ଗୀର,୧୪।୪: ବଲାଙ୍ଗୀରରେ ଆସନ୍ତା ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ । ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କୁ କଂଗ୍ରେସ ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଚନ୍ଦନଭାଟିରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଏବଂ ବିଜେଡି କର୍ମୀ । ରାତି ୯ ଟାରୁ ବିଳମ୍ବିତ ଯାଏଁ ହସ୍ପିଟାଲ, ଥାନା ଓ ଏସପିଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ଡ୍ରାମା । ଆରୋପ-ପ୍ରତ୍ୟାରୋପ ଜୋର ଧରିଥିବା ବେଳେ ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିବା ସହ ପାଟ୍ରୋଲିଂ ଜୋରଦାର କରିଛି ।

ଗତକାଲି ରାତିରେ ସଦରଥାନା ଅନ୍ତର୍ଗତ ଚନ୍ଦନବାଟି ଗାଁରେ ବିଜେଡ଼ି ଅଫିସରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ବିଜେଡ଼ି କର୍ମୀ ପ୍ରଫୁଲ୍ଲ ମେହେର ଗୁରୁତର ହୋଇଛନ୍ତି । ଏହି ଆକ୍ରମଣ କଂଗ୍ରେସ କର୍ମୀ କରିଥିବା ବିଜେଡ଼ି ଅଭିଯୋଗ କରିଛି । ଆଉ ଏହାପରେ  ବଲାଙ୍ଗିର ମେଡିକାଲ କଲେଜରେ ଜମିଥିଲା ବିଜେଡି କର୍ମୀ ଓ ସମର୍ଥକ ଭିଡ। ବିଜେଡି ବିଧାୟକ ପ୍ରାର୍ଥୀ  ଅର୍କେଶ ନାରାୟଣ ସିଂଦେଓ ମଧ୍ୟ ପହଞ୍ଚିଥିଲେ ଡାକ୍ତରଖାନାରେ ।  ସମସ୍ତ ଘଟଣା ଜାଣିବା କର୍ମୀଙ୍କୁ ବୁଝାସୁଝା କରିଥିଲେ ।କଂଗ୍ରେସ ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ର ଓ ତାଙ୍କ ପୁଅ ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ପହଞ୍ଚିଥିଲେ ଏସପିଙ୍କ କାର୍ଯ୍ୟାଳୟରେ। ତାଙ୍କ ସହ ଥିଲେ ଚନ୍ଦନ ଭାଟି ପଞ୍ଚାୟତବାସୀଙ୍କ ସହ କିଛି ସମର୍ଥକ ଏବଂ କର୍ମୀ । ଏସପିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

କିଛି ସମୟ ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓ ସଦର ଥାନାକୁ ଯାଇ ସେଠାରେ ଚନ୍ଦନ ଭାଟି ସରପଞ୍ଚଙ୍କ ସ୍ବାମୀ ଓ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା ଦେଇଥିଲେ । ଥାନା ସମ୍ମୁଖରେ ନାରା ଦେବା ସହ ମାଡ ମାରିଥିବା ଲୋକଙ୍କୁ ଗିରଫ ଦାବି କରିଥିଲେ। ସେପଟେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛି ପୋଲିସ । ଏହାସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ସହ ପାଟ୍ରୋଲିଂ ବଢ଼ାଇଛନ୍ତି। ଅନ୍ୟପକ୍ଷେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବିଜେପି ଆଜି ବଲାଙ୍ଗୀର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରିଛି । ଏହି ଦୁଇ ରାଜୈନତିକ କଳି ଯୋଗୁଁ ସାଧାରଣ ଜନତା ଭୟଭୀତ ହେଉଥିବା ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର