ଶିଶୁ ଜନ୍ମ ହେବା ପୂର୍ବରୁ ମହିଳାଙ୍କ ସହ ହୋଇଥାଏ ଏହି ଘୃଣ୍ୟ କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଫ୍ରିକାରେ ଏମିତି ବହୁ ସଂପ୍ରଦାୟ ଅଛି ଯେଉଁମାନଙ୍କର କିଛି ନିୟମ ରହିଛି। ହୋଇପାରେ ଲୋକଙ୍କୁ ଏହା ଅଜିବ ଲାଗିପାରେ କିନ୍ତୁ ଲୋକେ ଏହାକୁ ବର୍ଷ ବର୍ଷ ଧରି ପାଳନ କରିଆସୁଛନ୍ତି। ଆଉ ଏହାକୁ ସେହି ସଂପ୍ରଦାୟର ଲୋକମାନେ ମଧ୍ୟ ବହୁତ ମାନିଥାନ୍ତି।

ଦକ୍ଷିଣ ସୀମା ସ୍ଥିତ ଏକ ଗାଁ ହେଉଛି ‘ମାଫି ଦୋବେ’। ଯେଉଁଠାରେ ଲୋକେ ୩ଟି ନିୟମକୁ ପାଳନ କରିଥାନ୍ତି। ଯଥା- ଗାଁ ମହିଳାମାନେ ଛୁଆ ଜନ୍ମ କରିପାରିବେ ନାହିଁ, ଗାଁରେ କାହାରି ଅନ୍ତିମ ସଂସ୍କାର କରାଯିବ ନାହିଁ ଏବଂ ଗାଁରେ ଲୋକେ ପଶୁପାଳନ କରିପାରିବେ ନାହିଁ। ଏବେ ଆପଣ ଭାବୁଥିବେ ଏହି ଅନ୍ଧବିଶ୍ବାସ ପଛରେ କାରଣ କ’ଣ ରହିଛି।

ଏହି ଗାଁର ପ୍ରତିଷ୍ଠାତା ଜଣେ ଶିକାରୀ ଥିଲେ। ଯାହାର ନାଁ ଥିଲା ତୋଗବେ ବେବଫା ଅକୃତି। ତୋଗବେ ଏହି ସ୍ଥାନକୁ ଯେବେ ପ୍ରଥମ ଥର ପାଇଁ ଆସିଥିଲେ ​ସେହି ସମୟରେ ଏକ ଆକାଶବାଣୀ ହୋଇଥିଲା। ସେ କହିଥିଲେ, ଏହି ଜାଗା ବହୁତ ପବିତ୍ର ଅଟେ। ଯଦି ଏଠାରେ ବାସ କରିବାକୁ ଚାହୁଁଛନ୍ତି ତେବେ ଉପରେ ଦିଆଯାଇଥିବା ତିନୋଟି ନିୟମକୁ ମାନିବାକୁ ପଡ଼ିବ।

ଆଜିର ଦିନରେ ଏହି ଗାଁରେ ୫ହଜାର ଲୋକ ବସବାସ କରୁଛନ୍ତି। ଏଠାରେ ପଶୁ ପକ୍ଷୀ ଦେଖିବାକୁ ମିଳନ୍ତି ନାହିଁ। ହୋଇପାରେ ଆକାଶରେ କିଛି ଜଙ୍ଗଲି ପକ୍ଷୀ ଉଡ଼ିବାର ଦେଖିବାକୁ ମିଳେ। ଯେତେବେଳେ ଗାଁ ଲୋକେ ମାଂସ ଖାଇବାକୁ ଇଚ୍ଛା କରନ୍ତି ସେତେବେଳେ ସେମାନେ ପାଖ ପଡ଼ୋଶୀ ଗାଁକୁ ଯାଇ ପଶୁଙ୍କୁ ଆଣିକି ଆସନ୍ତି ଏବଂ ତୁରନ୍ତ ତାକୁ ବଳି ଚଢ଼ାଇଥାନ୍ତି।

ଏହି ଗାଁରେ କୈାଣସି କବର ସ୍ଥାନ ମଧ୍ୟ ନାହିଁ। ଏଠାରେ ଯାହାର ମୃତ୍ୟୁ ହୁଏ ତାହାର ଅନ୍ତିମ ସଂସ୍କାର ଗାଁ ବାହାରେ କରାଯାଏ।

ଯଦି କାହାର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗେ ତେବେ ଲୋକେ ଭାବନ୍ତି କି ସେହି ଲୋକ ବେଶି ସମୟ ପର୍ଯ୍ୟନ୍ତ ବଞ୍ଚିବ ନାହିଁ। ସେହି ସମୟରେ ହିଁ ତାକୁ ଅନ୍ୟ ଗାଁକୁ ନେଇଯାଆନ୍ତି।

ମହିଳାମାନେ ଗର୍ଭବତୀ ହେବାର ୧-୨ ମାସ ପୂର୍ବରୁ ହିଁ ସେମାନଙ୍କୁ ଗାଁରୁ ବାହାର କରିଦିଆଯାଏ। ମହିଳାମାନେ ଏହି ନିୟମକୁ ମାନିବାକୁ ଚାହାନ୍ତି ନାହିଁ । କାରଣ ଏହା ଜୀନବ ପ୍ରତି ବହୁତ ବିପଦ। ମହିଳାମାନେ ଚାହୁଁଥିଲେ କି ଗାଁ ପାଖରେ କିଛି ହସ୍ପିଟାଲ ଖୋଳାଯାଉ ବୋଲି। କିନ୍ତୁ ହୋଇପାରିଲା ନାହିଁ। ତେଣୁ ଗାଁ ଛାଡ଼ି ଯିବାକୁ ସେମାନେ ବାଧ୍ୟ ହୋଇଥାନ୍ତି।

   ସମ୍ବନ୍ଧିତ ଖବର


Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?