PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ନିର୍ବାଚନ ପୂର୍ବରୁ ୟୁପି କଂଗ୍ରେସର ନବକଳେବର; କାହାକୁ ମିଳିଲା ଗୁରୁ ଦାୟିତ୍ବ, ଜାଣନ୍ତୁ…

Zee News

ଲକ୍ଷ୍ନୌ ୨୦/ ୦୯: ୨୦୨୨ ୟୁପି ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟଡ଼ାଉନ। ଆଉ ଏଥିଲାଗି ସବୁ ରାଜନୈତିକ ଦଳ ଏବେ ଠୁ ନିଜ ଗଡ଼ ସଜାଡ଼ିବାକୁ ପ୍ରାୟାସ ଆରମ୍ଭ କରିସାରିଛନ୍ତି। ଏଥିରୁ ଦୁଇ ପାଦ ଆଗକୁ ଯାଇ କଂଗ୍ରେସ ଦଳ ତାର ନବକଳେବର କରିଛି। ଦଳ ପକ୍ଷରୁ ୩ଜଣ ନୂଆ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ଦଳ ତରଫରୁ ଜଣେ ସଂଗଠନ ମହାମନ୍ତ୍ରୀ, ୧୧ଜଣ ମହାସଚିବ ଏବଂ ୨୮ଜଣ ସଚିବଙ୍କୁ ନିଯୁକ୍ତି କରିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଦଳ ପକ୍ଷରୁ ୬୯ଜଣ ନୂତନ ପଦାଧିକାରୀଙ୍କ ତାଲିକା ପ୍ରକାଶ କରାଯାଇଥିଲା।

କାହାକୁ ମିଳିଲା ବଡ଼ ଦାୟିତ୍ବ ?

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମତି କ୍ରମେ ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ଦଳୀୟ ନେତା ଉପେନ୍ଦ୍ର ସିଂହ, ମକସୁଦ ଖାନ ଏବଂ ଜୟବଂତ ସିଂହଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଦିନେଶ କୁମାର ସିଂହଙ୍କୁ ସଂଗଠନ ମହାମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହାପୂର୍ବରୁ ଦଳ ପକ୍ଷରୁ ସ୍କ୍ରିନିଂ କମିଟି ଗଠନ କରାଯାଇଛି। ଯାହାର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ଦିପେନ୍ଦ୍ର ହୁଡ୍ଡା ଏବଂ ବର୍ଷା ଗାୟକଓ୍ବାର୍ଡ ସଦସ୍ୟ ଭାବେ ରହିବେ।

ଏହାସହ ମହାସଚିବ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ବଡ୍ରା, ୟୁପି କଂଗ୍ରେସର ମୁଖ୍ୟ ଅଜୟ ଲଲ୍ଳୁ, ସିଏଲପି ନେତା ଆରାଧନା ମିଶ୍ରା ମୋନା ଦଳର ସଦସ୍ୟ ଭାବେ ରହିବେ। ସୂଚନାନୁସାରେ ଆସନ୍ତା ୨୯ତାରିଖରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ଆରମ୍ଭ କରିବେ। ୨୯ସେପ୍ଟେମ୍ବରରେ ମେରଠ ଠାରେ ରାଲିର ଆୟୋଜନ ଥିବା ବେଳେ ଅକ୍ଟୋବର ୭ତାରିଖରେ ଆଗ୍ରା ସ୍ଥିତ ରାଲିର ବ୍ୟବସ୍ଥା କରାଯାଇଛି। ସୂଚନାନୁଯାୟୀ ଉତ୍ତରପ୍ରଦେଶରେ ୧୮ଟି ମଣ୍ଡଳ ରହିଛି। ସମସ୍ତ ମଣ୍ଡଳରେ ଶ୍ରୀମତି ଗାନ୍ଧୀ କଂଗ୍ରେସକୁ ମଜବୁତ କରିବା ଲାଗି ତାଙ୍କର ରଣନୀତି ଆରମ୍ଭ କରିସାରିଛନ୍ତି।