‘ଭାଲେଣ୍ଟାଇନ୍ ଓ୍ବିକ’ରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ପରସ୍ପରକୁ ଆଲିଙ୍ଗନ କରି ଟ୍ରେନ ଲାଇନରେ ଦେଖାଇଲେ ବେକ

ଚାଇଁବସା,୧୩।୨: ‘ଭାଲେଣ୍ଟାଇନ୍ ଓ୍ବିକ୍’ରେ ପ୍ରେମୀ ଯୁଗଳଙ୍କ ଏକାଠି ଆତ୍ମହତ୍ୟା। ଏଭଳି ଏକ ଦୁଃଖଦ ଘଟଣା ଝାଡଖଣ୍ଡର ଚାଇଁବସାରେ ଦେଖିବାକୁ ମିଳିଛି।  ‘କିସ୍ ଡେ’ ରେ ଆଜି   ଟ୍ରେନ୍ ଲାଇନରେ ପ୍ରେମୀ ଯୁବକ ଏକାଠି କରିଛନ୍ତ ଆତ୍ମହତ୍ୟା। ଭାଲେଣ୍ଟାଇନ୍ ଓ୍ବିକରେ ପ୍ରେମୀ ଯୁଗଳଙ୍କ ଏଭଳି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମରିବା ପୂର୍ବରୁ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ଏକାଠି ମରିଛନ୍ତି। ଦୁହେଁ ପରସ୍ପରର ଅଣ୍ଟାରେ ହାତ ରଖି ଟ୍ରେନ୍ ଲାଇନରେ ବେକ ରଖିଦେଇଥିଲେ। ଟ୍ରେନ ତାଙ୍କ ଉପରେ ମାଡି ଚାଲିଯିବା ପରେ ଦୁହିଁଙ୍କର ମୁଣ୍ଡ-ଗଣ୍ଡି ହୋଇଯାଇଥିଲା ଅଲଗା।

ଏହି ଘଟଣା ଚକ୍ରଧନରପୁର ଷ୍ଟେସନର ଇଷ୍ଟ କ୍ୟାବିନ୍ ପାଖରେ ଘଟିଛି। ଘଟଣା ପରେ ସେଠାରେ ଜିଆରପି ପୋଲିସ ପହଁଞ୍ଚିଥିଲା, ସେତେବେଳେ ମୃତଦେହକୁ ସେଠାରୁ ଉଠାଯାଇଥିଲା। ଦୁହିଁଙ୍କର ପରିବାର ଲୋକଙ୍କୁ ଯୋଗାଯୋଗ କରିବା ଜାରି ରହିଛି। ଦୁହେଁ କାହିଁକି ଏକାଠି ଜୀବନ ତେବେ ତାହାର ସୂଚନା ସ୍ପଷ୍ଟ ଭାବରେ ଜଣାପଡିନାହିଁ। ପ୍ରେମୀ ଯୁଗଳ ଚକ୍ରଧରପୁର ଥାନା ଅନ୍ତର୍ଗତ ଝରଝରା ଅଞ୍ଚଳର ବୋଲି ଜଣାପଡି। ଯୁବତୀଙ୍କ ନାମ ରାୟମୁନୀ ହାଁସଦା ଓ ଯୁବକଙ୍କ ନାମ ଲଖୀରାପ ଗାଗରାଇ।

   ସମ୍ବନ୍ଧିତ ଖବର


ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ