PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଲେବାନନରେ ଭୟଙ୍କର ବିସ୍ଫୋରଣ: ୭୮ ମୃତ ଓ ୪୦୦୦ ରୁ ଅଧିକ ଆହତ, ବ୍ୟବହାର ହୋଇଥିଲା ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍

https://www.theguardian.com/

‌ବେରୁଟ୍,ଲେବାନନର ରାଜଧାନୀ ବେରୁତରେ ମଙ୍ଗଳବାର ହୋଇଥିବା ବିସ୍ଫୋରଣରେ ୭୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ପ୍ରାୟ ୪ ହଜାର ଲୋକ ଆହତ ହୋଇଥିବାର ଖବର ଆସିଛି। ରିପୋର୍ଟ ଅନୁସାରେ ସହରର ବହୁ ବିଲ୍ଡିଂ କ୍ଷତିଗସ୍ତ ହୋଇଛି। ଲେବାନାନର ରାଷ୍ଟ୍ରପତି ବେରୁତରେ ଦୁଇ ସପ୍ତାହ ପାଇଁ ଏମର୍ଜନ୍ସି ଲାଗୁ କରିଦେଇଛନ୍ତି। ରାଷ୍ଟ୍ରପତି କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଇଛନ୍ତି।

ଲେବାନାନର ସ୍ବାସ୍ଥ୍ୟମନ୍ତ୍ରୀ ଏହି ବିସ୍ଫୋରଣରେ ୭୮ ଜଣଙ୍କର ମୃତ୍ୟୁ ଓ ପ୍ରାୟ ୪ ହଜାର ଲୋକ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହସନ୍ ଦିଆବ୍ କହିଛନ୍ତି, ବନ୍ଦରରେ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟର ବିସ୍ଫୋରଣ ହୋଇଛି। ସୁରକ୍ଷା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିସ୍ଫୋରଣ ସହରର ବନ୍ଦର ଥିବା ଅଞ୍ଚଳରେ ହୋଇଛି। ଏହି ସ୍ଥାନରେ କେହି କେମିକାଲ ରଖି ଦେଇଥିଲେ। ସୋସିଆଲ ମିଡିଆରେ ଲୋକଙ୍କ ଦ୍ବାରା ସେୟାର କରାଯାଇଥିବା ଫୁଟେଜରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳୁଛି, ଏହାପରେ ଏକ ବଡ ବିସ୍ଫୋରଣ ହୋଇଥିଲା।

ଲେବାନାନରେ ଥିବା ଜାତିସଂଘର ମୁଖପାତ୍ର ଫରହାନ ହକ୍ କହିଛନ୍ତି ବିସ୍ଫୋରଣ କେଉଁ କାରଣରୁ ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଜାତିସଂଘର କୌଣସି କର୍ମଚାରୀ ଆହତ ହୋଇଥିବାର ସୂଚନା ମିଳିନାହିଁ। ସେ କହିଛନ୍ତି, ଆମ ପାଖରେ ଏନେଇ କୌଣସି ସୂଚନା ନାହିଁ ଯେ, କ’ଣ ହୋଇଥିଲା ଓ ଏହା କାରଣ କ’ଣ ହୋଇପାରେ। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ, ସାରା ସହରରେ କାଚ ଭାଙ୍ଗି ହୋଇପଡିଥିଲା ଓ ଲୋକମାନେ ବିକଳରେ ଏପଟସେପଟ ହୋଇ ଦୌଡୁଥିଲେ। ଯେଉଁ ବନ୍ଦର ପାଖରେ ବିସ୍ଫୋରଣ ହୋଇଥିଲା ସେଠାରେ ଓ୍ବେୟାର ହାଉସ୍ ମଧ୍ୟ ରହିଛି। ବିସ୍ଫୋରଣରେ ଲେବାନାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କ୍ଷତିଗସ୍ତ ହୋଇଛି।

ବେରୁତରେ ଥିବା ଜାତିସଂଘର ଶାନ୍ତି ସେନାର ମ୍ୟାରିଟାଇମ୍ ଟାସ୍କ ଫୋର୍ସର ଏକ ଜାହାଜ ମଧ୍ୟ କ୍ଷତିଗସ୍ତ ହୋଇଛି। ବହୁ ଶାନ୍ତି ସୈନିକ ଆହତ ହୋଇଥିବାର ଖବର ମିଳିଛି। ଅନେକ ଶାନ୍ତି ସୈନିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ଟୁଇଟ୍ କରି ଲେବାନାନରେ ଘଟିଥିବା ଏହି ଘଟଣା ନେଇ ସମବେଦନା ଜଣାଇଛନ୍ତି।