ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

ନୋଏଡା-  ଅତ୍ୟଧିକ ମଦ ପିଇ ଘରେ ଝଗଡା କରିବାରୁ ଜଣଙ୍କର ଜୀବନ ଯାଇଛି । ସ୍ତ୍ରୀର ବେଲଣା ମାଡରେ ସ୍ୱାମୀର ମୃତ୍ୟୁ ହୋଇଛି । ନୂଆଦିଲ୍ଲୀ ନିକଟସ୍ଥ ନୋଏଡାରେ ଏହି ଘଟଣା ଘଟିଛି । ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି।

 ମୃତ ବ୍ୟକ୍ତି ଜଣଙ୍କ ମଦ ପିଇ ଘରେ ବାରମ୍ବାର ଝଗଡା ସହ ଅଶାନ୍ତି କରୁଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏହାପରେ ତାଙ୍କ ସ୍ତ୍ରୀ ହାତ ଗୋଡ ବାନ୍ଧି ବେଲଣାରେ ନିସ୍ତୁକ ମାଡ ମାରିଥିଲା ।  ପରେ ମୃତ ବ୍ୟକ୍ତିଙ୍କର ଭଣଜା ଅଭଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିବା ସହ ସ୍ତ୍ରୀ ଲୋକଜଣଙ୍କୁ ଗିରଫ କରିଛି।

ନୋଏଡାର ସେକ୍ଟର ୮ରେ ଥିବା ଜେଜେ  କଲୋନୀରେ ଏହି ଘଟଣା ଘଟିଛି।  ମହିଳା ଜଣଙ୍କୁ ତିରିଶ ବର୍ଷ ।

ମହିଳା ଜଣଙ୍କ  ବିହାରର ସେ ତାଙ୍କର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଏହାପରେ ସେମାନେ ଦିଲ୍ଲୀକୁ ଶ୍ରମିକ ଭାବେ କାମ କରିବା ପାଇଁ ଆସିଥିଲେ  । ମାତ୍ର ସ୍ୱାମୀ ଜଣଙ୍କ ରୋଜଗାର ପଇସାରେ ବାରମ୍ବାର ମଦ ପିଇ ଝଗଡା କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ମହିଳା ଜଣଙ୍କ ତାଙ୍କୁର ହାତ ଗୋଡ ବାନ୍ଧି ବେଲଣାରେ ମାଡ ମାରିଥିଲା ।

ପରେ ଏକ ନାଳ ନିକଟରେ ତାଙ୍କର ମୃତ ଦେହ ମିଳିଥିଲା । ତାଙ୍କ ଶରୀର ସହ ବେକରେ ଦାଗ ରହିଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା ।

ମୃତକଙ୍କ ପୁତୁରା ଏକ ହତ୍ୟା ମାମଲା ରୁଜୁ କରିଥିଲେ ।  ପରେ ତଦନ୍ତ ବେଳା ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା କଥା ଜଣା ପଡିଥିଲା  । ମଦ ସହ ଏହି ବ୍ୟକ୍ତି ଜଣଙ୍କ ବିଭିନ୍ନ ଡ୍ରଗସ୍‌ ଖାଉଥିଲା  । ଏଥିଯୋଗୁଁ ଘର ଭଡା ବି ଦେଉ ହେଉ ନଥିଲା । ପରେ ମଦ ପିଇ ବ୍ୟକ୍ତି ଜଣଙ୍କ ଆସିବାରୁ ତାଙ୍କ ସ୍ତ୍ରୀ ରାଗିଯାଇ ହାତଗୋଡ ବାନ୍ଧି ବେଲଣାରେ ମାଡ ମାରିବା ସହ ବେକକୁ ବେଲଣାରେ ଚିପି ଦେଇଥିଲା ।  ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ ନିଲମ୍ବିତ

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ଯୁବତୀଙ୍କୁ ମାମୁଁ କରୁଥିଲେ ଦୁଷ୍କର୍ମ ! ସ୍ୱାମୀ ଗ୍ରହଣ କଲେ ନାହିଁ ସ୍ତ୍ରୀଙ୍କୁ