ଏମିତି ସହର ଯେଉଁଠାରେ ନଳରେ ପାଣି ନୁହେଁ ବାହାରିଥାଏ ମଦ, ଜାଣନ୍ତୁ ଏହାର ରହସ୍ୟ

ବେଲଜିୟମ୍ ୨୫।୯: ନଳ ଆମ ସମସ୍ତଙ୍କ ଘରେ ଥାଏ। ଯେଉଁ ନଳରୁ ଆମେ ପ୍ରତିଦିନ ଆସୁଥିବା ପାଣିକୁ ବ୍ୟବହାର କରିଥାଉ। ଆଉ ଯଦି ଏମିତି ହୋଇଯିବ ମାନେ, ନଳରେ ପାଣି ବଦଳରେ ମଦ ବାହାରିବାକୁ ଲାଗିବ। ତାହେଲେ କଣ ହେବ। କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ।

ଏହି ଦୁନିଆଁରେ ଏମିତି ଏକ ସହର ଅଛି ଯେଉଁଠାରେ ମଦ ପାଇଁ ପାଇପ୍ ଲାଇନ୍ ନିର୍ମାଣ କରାଯାଇଛି। ସ୍ଥାନଟି ହେଉଛି ବେଲଜିୟମ୍। ବେଲଜିୟମ୍ ଅଧିକାରୀ ବ୍ରଗ୍ସ ସହରର ଗଳି କନ୍ଦିରେ ମଦ ପାଇଁ ଦୁଇ ମାଇଲ୍ (୩.୨ କିମି) ଲମ୍ବା ପାଇପଲାଇନ୍ ନିର୍ମାଣ କରାଚାଲିଛି। ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଭିତରେ ଏହି ପାଇପଲାଇନ୍ ବିଛାଇବା କାମ ସରିଯିବ।

ପାଇପଲାଇନରେ ମଦ ଭାଟିରୁ ୪ହଜାର ଲିଟର ପ୍ରତି ଘଣ୍ଟା ବ୍ୟବଧାନରେ ସହର ବାହାରକୁ ବୋଟଲିଙ୍ଗ୍ ପ୍ଲାନରେ ମଦ ଭରାଯିବ। ଏହାର ଅନୁମତି ପ୍ରାୟ ୪୫ ଲକ୍ଷ ଡଲାର ଜୁଟାଇବା ପାଇଁ କ୍ରାଉଡଫଡିଂଗ ଆରମ୍ଭ କରାଯାଇଛି। ଏହି ପରିଯୋଜନା ପାଇଁ ସାର୍ବାଧିକ ଆର୍ଥିକ ସାହାର୍ଯ୍ୟ କରିବା ବାଲା ଦାନକର୍ତ୍ତା ହେଉଛନ୍ତି ଫିଲିପେ ଲି ଲୈାପ। ଯିଏକି ୧୧ ହଜାର ଡଲାର ସାହାର୍ଯ୍ୟ କରିଛନ୍ତି।

ତାଙ୍କ କହିବାନୁସାରେ, ବହୁତ ଲୋକ ନିଜ ଘର ପାଖରେ ପାଇପଲାଇନ୍ ବାହାର କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ସେମାନଙ୍କର କେବଳ ଗୋଟିଏ ସର୍ତ୍ତ ସେମାନଙ୍କର ପାଖରେ ଗୋଟିଏ ବୋତଲ ମଦ ରହିବା ଦରକାର। ଅଧିକାରୀଙ୍କ କହିବାନୁସାରେ, ଏହି ପାଇପଲାଇନ୍ ଏଥିପାଇଁ ବିଛା ଯାଉନି କି ଲୋକ ନିଜ ଘର ଭିତରେ ବେସରକାରୀ ମଦ ବୋତଲ ଯୋଗାଡ଼ କରି ରଖନ୍ତୁ। ଏହା କେବଳ ଏଥିପାଇଁ କରାଯାଉଛି କି ଧୋଇବା ପାଇଁ ହେଉଥିବା ସମସ୍ୟାରୁ ସହଜରେ ମୁକୁଳି ହେବ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ବିଜ୍ଞାନ ବଳରେ ବଳୀୟାନ ମଣିଷ ଯମଙ୍କୁ କରିବ ପରାଜିତ