ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଲାଡେନ୍ ମୃତ୍ୟୁ ପଛରେ ଥିବା ଏହି କୁକୁର ଏବେ ଭାରତରେ ମଧ୍ୟ କାମ କରିବ, ଜାଣନ୍ତୁ ଖାଦ୍ୟ ଓ ଟ୍ରେନିଂ ପାଇଁ କେତେ ଖର୍ଚ୍ଚ ହେବ

ଭୋପାଳ,୧୫।୪: ମଧ୍ୟପ୍ରଦେଶର ପୋଲିସ ଡଗ୍ ସ୍କ୍ବାର୍ଡ ବେଲଜିୟନ ମାଲୋନାଇଜ୍ ପ୍ରଜାତିର କୁକୁରକୁ ଏବେ ସାମିଲ କରିଛି। ଏହି କୁକୁର ଆମେରିକାର ରାଷ୍ଟ୍ରପତିଙ୍କ ଘର ହ୍ବାଇଟ୍ ହାଉସରେ ସୁରକ୍ଷା ଦେଉଥିଲା। ଓସମା ବିନ୍ ଲାଡେନକୁ ଧରିବାରେ ଓ ତା’ର ମୃତ୍ୟୁ ପଛରେ ମଧ୍ୟ ଏହି କୁକୁର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏବେ ଏହି କୁକୁର ମଧ୍ୟପ୍ରଦେଶ ପୋଲିସରେ ସାମିଲ ହୋଇଛି। ଏହାକୁ ମଧ୍ୟ ପ୍ରଦେଶ ପୋଲିସ ଡଗ୍ ସ୍କ୍ବାଡରେ ମଧ୍ୟ ସାମିଲ କରିଦିଆଯାଇଛି।

{"id":12497,"width":738,"height":322}
source: https://www.greenfieldpuppies.com

ମଧ୍ୟପ୍ରଦେଶ ପୋଲିସ ଅଧିକାରୀ ଏପି ସିଂହ ବଘେଲା ସୂଚନା ଦେଇଛନ୍ତି ଯେ, ୧୨ ଜର୍ମନ ଶେଫର୍ଡ, ୧୨ ଡୋବରମ୍ୟାନ୍ ଓ ୨ଟି ବେଲଜିୟନ ମାଲିନୋଇଜକୁ ହାଇଦ୍ରାବାଦରୁ ଅଣାଯାଇଛି। ଏହି କୁକୁପର ପୋଲିସ ପାଇଁ ଖୁବ୍ କାମ କରିଥାଏ। ଏହାର ଶୁଙ୍ଘିବା ଓ କାମ କରିବା ଶକ୍ତି ଖୁବ୍ ଭଲ। ବେଲଜି୍ୟନ ମାଲିନୋଇଜକୁ ମଧ୍ୟପ୍ରଦେଶ ପୋଳିସ ପ୍ରଥମ ଥର ପାଇଁ ସାମିଲ କରିଛି। ଅନ୍ୟ ଦେଶର ପୋଲିସ ପାଖରେ ମଧ୍ୟ ଏହି କୁକୁର ରହିଛି।ଆମ ଦେଶରେ  ବିଏସ୍ଏଫ୍ ଓ ଅନ୍ୟ କେନ୍ଦ୍ରୀୟ ବଳ ମଧ୍ୟ ଏହାକୁ ନେବ। ଏହି କୁକୁରଙ୍କ ପାଇଁ ୯ ମାସର ଟ୍ରେନିଂ କୋର୍ସ ଯୋଜନା କରାଯାଇଛି। ୯ମାସର ଟ୍ରେନିଂରେ ପ୍ରାୟ ପ୍ରତି କୁକୁର ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.