PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଖାଲି ପେଟରେ ଖାଆନ୍ତୁ ଗଜା ମୁଗ, ମିଳିବ ଚମତ୍କାର ଫାଇଦା

news18

ନୂଆଦିଲ୍ଲୀ ୧୫/୦୧: ଗଜା ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପୋଷକ ତତ୍ତ୍ୱରେ ଭରପୁର ଗଜା ମୁଗକୁ ଯଦି ଆପଣ ସକାଳେ ଖାଲି ପେଟରେ ଖାଆନ୍ତି ତେବେ ଏଥିରୁ ଆପଣଙ୍କୁ ଅନେକ ଫାଇଦା ମିଳିବ। ଗଜା ମୁଗରେ ପ୍ରୋଟିନ୍, ଫାଇବର, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ଜିଙ୍କ୍, ଆଇରନ୍, ମିନେରାଲ୍, ଆଣ୍ଟି-ଅକ୍ସିଡାଣ୍ଟ, କପର୍, ଭିଟାମିନ୍ ଏ, ବି, ଭିଟାମିନ୍ ସି, ଭିଟାମିନ୍ ଇ ଭଳି ତତ୍ତ୍ୱ ମିଳିଥାଏ। ଏଥିରେ ଫ୍ୟାଟ୍ ପରିମାଣ ବହୁତ କମ୍ ରହିଥାଏ।

ଇମ୍ୟୁନିଟି ମଜବୁତ ହୋଇଥାଏ :

ଇମ୍ୟୁନିଟି ବଢାଇବା ପାଇଁ ଆପଣ ଗଜା ମୁଗ ଖାଇପାରିବେ। ଗଜା ମୁଗରେ ମିଳିଥିବା ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ଆପଣଙ୍କୁ ବିଭନ୍ନ ରୋଗରୁ ରକ୍ଷା କରିଥାଏ।

ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ :

ପେଟ ସମ୍ବନ୍ଧୀୟ ସମସ୍ୟାରେ ଗଜା ମୁଗ ଖାଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ। ମୁଗରେ ଫାଇବର ଭଲ ପରିମାଣରେ ରହିଥାଏ। ଏହା ହଜମ ପକ୍ରିୟାକୁ ସୁସ୍ଥ ରଖିଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।

ହୃତପିଣ୍ଡ ପାଇଁ ଭଲ ହୋଇଥାଏ :

ହୃତପିଣ୍ଡ ପାଇଁ ଗଜା ମୁଗ ଖାଇବା ଲାଭଦାୟକ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିଥାଏ। ଏଥିରେ ଥିବା ଓମେଗା -୩ ଫ୍ୟାଟି ଏସିଡ୍ ଆପଣଙ୍କୁ ହୃଦୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ରକ୍ଷା କରିଥାଏ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ :

ଓଜନ ହ୍ରାସ ପାଇଁ, ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗଜା ମୁଗ ଖାଇପାରବେ। ଗଜା ମୁଗରେ ଫ୍ୟାଟର ମାତ୍ରା କମ୍ ରହିଥାଏ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।