PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସୌନ୍ଦର୍ଯ୍ୟ ବଢ଼ାଏ ଘିଅ, ଥରେ ବ୍ୟବହାର କରି ଦେଖନ୍ତୁ, ଫେରିପାଇବେ ଚମକ

ସୁନ୍ଦର ଦେଖାଯିବାକୁ କାହାକୁ ବା ଭଲ ନଲାଗେ । ସବୁ ଝିଅ ଚାହାଁନ୍ତି ଅନ୍ୟମାନଙ୍କ ଭଳି ନିଜେ ବି ସୁନ୍ଦର ଦିଶିବେ । ତେବେ ସୁନ୍ଦରତା ପାଇଁ ତ୍ୱଚାର ଧ୍ୟାନ ରଖିବା ନିହାତି ଦରକାର । ତେବେ ନିଜ ତ୍ୱଚାକୁ ନେଇ ପ୍ରାୟ ସମସ୍ତେ ସତର୍କ ରହିଥାନ୍ତି । କିନ୍ତୁ ବାହାର ଧୂଳି ପ୍ରଦୂଷଣ କାରଣରୁ ତ୍ୱଚାରେ ବ୍ରଣ, ଦାଗ, ବ୍ଲାକହେଡସ ପରି ଅନେକ ସମସ୍ୟା ଦେଖାଦେଇଥାଏ ।

ଏହି ସବୁ ସମସ୍ୟା ଗୁଡିକୁ କମ୍ କରିବା ଲାଗି ବଜାରରେ ଅନେକ ପ୍ରକାର ସ୍କିନ୍ କେଆର ପ୍ରଡକ୍ଟ ମିଳୁଛି। ହେଲେ ସେଥିରେ ରାସାୟନିକ କେମିକାଲ ରହିଛି ଯାହା ତ୍ୱଚା ଜନିତ ସମସ୍ୟାକୁ ଅଧିକ ବଢାଇଥାଏ। ଅନେକ ସମୟରେ ଏହି ସବୁ ପ୍ରଡକ୍ଟର ବ୍ୟବହାର କାରଣରୁ ମୁହଁ କୁଣ୍ଡାଇ ହେବା ବା ଜଳିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ଯଦି ଆପଣଙ୍କ ମୁହଁରେ ଏଭଳି ହେଉଛି ତାହାହେଲେ ଏଭଳି ଘରୋଇ ଉପଚାର ଆପଣାଇପାରନ୍ତି। ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ଦେଇପାରିବ ଘିଅ। କାରଣ ଘିଅରେ ଉଚିତ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି, ଯାହା ତ୍ୱଚାକୁ ପୋଷକ ତତ୍ୱ ପ୍ରଦାନ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ଘିଅକୁ କିପରି ବ୍ୟବହାର କରିବେ।

ଶୁଖିଲାପଣ ଦୂର କରେ ଘିଅ ତ୍ୱଚାକୁ କୋମଳ ରଖିବା ସହ ଶୁଖିଲାପଣ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଫ୍ୟାଟି ଏସିଡ୍ ରହିଛି ଯାହା ତ୍ୱଚାର କୋଷିକାକୁ ସତେଜ ରଖେ ।

କୋମଳତା ବଜାୟ ରଖେ ତ୍ୱଚାକୁ ଆବଶ୍ୟକୀୟ ଫ୍ୟାଟି ଏସିଡ୍ ପ୍ରଦାନ କରିବା ସହ ତ୍ୱଚାକୁ କୋମଳ କରାଇଥାଏ ଘିଅ । ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଖିଲା ରହୁଛି ତେବେ ନିଜ ଖାଦ୍ୟରେ ଘିଅକୁ ସାମିଲ କରନ୍ତୁ। ଦେଖିବେ ଆପଣ ବି ଏହାର ଫାଇଦା ପାଇପାରିବେ ।

ରଙ୍ଗ ବଢାଏ ଘିଅ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପୋଷଣ ପ୍ରଦାନ କରିବା ସହ ଆପଣଙ୍କୁ ସୁସ୍ଥ ଓ ମଜଭୁତ ରଖେ । ଏଥିରେ ଭିଟାମିନ ‘ଇ’ ରହିଛି ଯାହା ମୁହଁ ଭିତରେ ଥିବା ଧୂଳିକୁ ଦୂର କରିବା ସହ ଚମକ ମଧ୍ୟ ବଢାଇଥାଏ ।

ଜଣାପଡେନି ବୟସ ଘିଅରେ ପ୍ରାକୃତିକ ଆଣ୍ଟି ଏଜିଙ୍ଗ ରହିଛି । ଯାହା ତ୍ୱଚାର କୋଷିକା ଗୁଡିକ ମଧ୍ୟରେ ପ୍ରବେଶ କରି ମୁହଁକୁ ସତେଜ ରଖିବାରେ ସାହାଯ୍ୟ କରେ । ଏହା ମୁହଁର ଚମକ ବଢାଇବା ସହ ବୟଷ୍କ ଛାପ ଦୂର କରିଥାଏ ।