ଅମରପୋଇର ଚମତ୍କାରି ଔଷଧୀୟ ଗୁଣ ଗୁଡିକ ବିଷୟ ଜାଣନ୍ତୁ….

ଭାରତର ବିଭିନ୍ନ ସ୍ଥାନରେ ଅମରପୋଇ ଗଛ ଦେଖାଯାଏ । ସାଧାରଣତଃ ଏହା ଗରମ ଏବଂ ଓଦାଳିଆ ଜାଗାରେ ଦେଖାଯାଏ । ଅମରପୋଇକୁ ଚମତ୍କାର ଉଦ୍ଭିଦ ମଧ୍ୟ କୁହାଯାଏ । ଏହା ପତ୍ର ଦ୍ୱାରା ବଂଶବିସ୍ତାର କରିଥାଏ । ପତ୍ରର ଧାର ଗଡ଼ିକରୁ ଚେର ବାହାରିଥାଏ ଏବଂ ସେଥିରୁ ଏକ ନୂତନ ଉଦ୍ଭିଦ ହୋଇଥାଏ । ପତ୍ରଗୁଡ଼ିକ ମୋଟା ଏବଂ ମାଂସାଳ । ଏହାର ପତ୍ରରେ ଔଷଧୀୟ ଗୁଣ ଭରି ରହିଛି ।

        ୧୦ଗ୍ରାମ ଅମରପୋଇ ପତ୍ରକୁ ଛେଚି ରସ ବାହାର କରି ୧୦୦ମି.ଲି. ପାଣିରେ ମିଶାଇ ଦିନକୁ ଦୁଇଥର ପିଇଲେ ମୂତ୍ରାଶୟ ଜନିତ ଅସୁବିଧା ଦୂର ହୋଇଥାଏ ।

        ଅମରପୋଇ ପତ୍ରର ରସକୁ ଉଷୁମ କରି ଘା ଏବଂ ବଥରେ ଲଗାଇଲେ ଉପଶମ ମିଳେ ଏବଂ ଶରୀରର ଫୁଲାଫୁଲି ଦୂର ହୁଏ ।

        ୩-୪ ମି.ଲି ଅମରପୋଇ ପତ୍ରର ରସକୁ କିଛି ଜିରା ଏବଂ ଘିଅ (୬-୮ମି.ଲି) ସହ ମିଶାଇ ଦିନକୁ ୩ଥର ପିଇଲେ ରକ୍ତ ଝାଡା ନିୟନ୍ତ୍ରଣ ହୁଏ ।

        ୫ମି.ଲି ଅମରପୋଇ ପତ୍ର ରସକୁ ଦିନକୁ ୩ଥର ପିଇଲେ ଥଣ୍ଡାରୁ ଉପଶମ ମିଳେ ।

        ଅମରପୋଇ ପତ୍ରରସକୁ ଭଲଭାବରେ ଆଣ୍ଠୁଗଣ୍ଠିରେ ଲଗାଇଲେ ଆଣ୍ଠୁଗଣ୍ଠି ବାତ ଦୂର ହୁଏ ।

   ସମ୍ବନ୍ଧିତ ଖବର


ଫେସବୁକ୍‌ରେ ବାରମ୍ୱାର ଆକ୍ଟିଭ୍ ରହୁଛନ୍ତି କି , ସାବଧାନ ! ଏହି ସମସ୍ୟାରେ ପଡ଼ି ପାରନ୍ତି

ମଥାରେ ତିଳକ ଲଗାଇବାର ବୈଜ୍ଞାନିକ କାରଣ

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…

ଜଳଖିଆରେ କ୍ଷୀର ରକ୍ତ ଶର୍କରା ସ୍ତର ହ୍ରାସ କରେ

ଡିଏନ୍‌ଏ ଗବେଷଣାରୁ ମିଳିଲା ଚିକିତ୍ସାର ଏକ ନୂଆ ଉପାୟ-ଏହି ଜିନିଷ କମ୍‌ଥିଲେ ଗୁରୁତର ହେଉଛନ୍ତି ରୋଗୀ

ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ