PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍; ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ, ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବଦଳି ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅବସର ନେଇଛନ୍ତି ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଦ୍ଧ୍ୟାୟ। ଚାକିରିରୁ ଅବସର ନେବା ପରେ ତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ମିଳିଛି। କେନ୍ଦ୍ର-ରାଜ୍ୟ ଜିଦାଜିଦି ଭିତରେ ମୋଦି ସରକାରଙ୍କୁ ଚେକ୍ ଦେଇଛନ୍ତି ଦିଦି। ନୂଆ ନିର୍ଦ୍ଦେଶ ଅନୁସାରେ ଅଲପନ ବର୍ତ୍ତମାନ ୩ ବର୍ଷ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପରାମର୍ଶଦାତା ହୋଇ ରହିବେ। ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଏଚ୍‌ କେ ଦ୍ୱିବେଦି ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଗଣମାଧ୍ୟମକୁ ସୂଚନା ଦେଇ ମମତା କହିଛନ୍ତି “ସେମାନେ କୌଣସି କାରଣ ଦର୍ଶାଇ ନଥିଲେ। କରୋନା ସମୟରେ ଅଲପନଙ୍କ ସେବା ନିହାତି ଆବଶ୍ୟକ ବୋଲି ମୁଁ ବିଚାର କଲି। କୋଭିଡ୍‌ ଓ ବାତ୍ୟା ସମୟରେ ସେ ନିହାତି  ରାଜ୍ୟ ଓ ଦେଶ ଗରିବଙ୍କ ସାହାଯ୍ୟ କାମରେ ଲାଗିବା ଦରକାର।”

ମମତା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଜଣେ ଅମଲା ଲୋକଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ପରେ ଅପମାନିତ ହେବେ, ତେବେ ସରକାର ଓ ପ୍ରଧାନମନ୍ତ୍ରୀ ସମାଜକୁ କ’ଣ ମେସେଜ୍ ଦେଉଛନ୍ତି। ସେମାନେ କଣ ବନ୍ଧକ ରଖାଯାଇଥିବା ଶ୍ରମିକ  କି ବୋଲି ପ୍ରଶ୍ନ କରିଛନ୍ତି ମମତା। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରି ମମତା କହିଛନ୍ତି ପ୍ରଧାନମନ୍ତ୍ରୀ ଆଜ୍ଞା, ବ୍ୟସ୍ତ ରହୁଥିବା ପ୍ରଧାନମନ୍ତ୍ରୀ ଆଜ୍ଞା, ମନ୍‌ କି ବାତ୍‌ ପ୍ରଧାନମନ୍ତ୍ରୀ ଆଜ୍ଞା  କେନ୍ଦ୍ରରେ ଅନେକ ବେଙ୍ଗଲ କ୍ୟାଡର ଅଫିସର ରହିଛନ୍ତି। କଣ ବିନା ପରାମର୍ଶରେ ମୁଁ ସେମାନଙ୍କୁ ଏଠିକି ଡାକି ପାରିବି ?

ଏହି ଘଟଣା ପରେ କେନ୍ଦ୍ର ସରକାର ବି ନଛୋଡ଼ ବନ୍ଧା। ଅଲପନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ ହେବ ବୋଲି ଶୁଣିବାକୁ ମିଳୁଛି।

ଏହା ପୂର୍ବରୁ ଅଲପନ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରିବେ ନାବିଁ ବରଂ ସେ ରାଜ୍ୟର ନବାନ୍ନରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଥିଲା।। ଅର୍ଥାତ୍‌ ଅଲପନ ଦିଲ୍ଲୀ ନ ଯାଇ ରାଜ୍ୟରେ ତାଙ୍କର ଯେଉଁସବୁ ଦାୟିତ୍ୱ ରହିଛି, ତାହା ପାଳନ କରିବେ ବୋଲି ଖବର ମିଳିଥିଲା। ହେଲେ ଏବେ ସେ ହଠାତ୍ ଅବସର ନେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କୁ ତାଙ୍କର ପରାମର୍ଶ ଦାତା ଭାବେ ନିଯୁକ୍ତ କରିଛନ୍ତି।

ମୁଖ୍ୟ ସଚିବ ଶ୍ରୀ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ରରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିଲା । ସେ କେନ୍ଦ୍ରର ନିର୍ଦ୍ଦେଶ ମୁତାବକ ଦିଲ୍ଲୀ ଯିବେ ନା ରାଜ୍ୟର ନିର୍ଦ୍ଦେଶମତେ କାମ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍‌ରେ ଅଲପନଙ୍କ ନିଷ୍ପତ୍ତି ବଦଳି ଯାଇଛି। କେନ୍ଦ୍ରର ନିର୍ଦ୍ଦେଶକୁ ଅଗ୍ରହ୍ୟ କରି ଅବସର ନେଇଛନ୍ତି ଅଲପନ।

ତେବେ କେନ୍ଦ୍ର ଚାହିଁଲେ ଅଲପନଙ୍କ ମାମଲାକୁ ଅଦାଲତ ପର୍ଯ୍ୟନ୍ତ ଗଡ଼ାଇ ପାରିବେ ନାହିଁ। କେବଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିପାରିବେ। କାରଣ ସମ୍ବିଧାନ ଓ ଭାରତୀୟ ସିଭିଲ୍‌ ସର୍ଭିସ୍‌ ରୁଲବୁକ୍‌ରେ ସ୍ପଷ୍ଟ କୁହଯାଇଛି, ଆଇଏଏସ ବା ଆଇପିଏସ ଅଧିକାରୀମାନଙ୍କ ଏମ୍ପ୍ଲୟମେଣ୍ଟ ଅଥରିଟି । ଅର୍ଥାତ ସେ ରାଜ୍ୟ ଅଧୀନରେ କର୍ମରତ ଥିଲେ, ତାଙ୍କ ବିରୋଧରେ କେନ୍ଦ୍ର କୌଣସି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ । କେନ୍ଦ୍ର ଅଧିକାରୀମାନଙ୍କୁ ଡେପୁଟେସନରେ ଡାକିପାରେ ।

ମମତା ବାନାର୍ଜୀ ଶନିବାର କେନ୍ଦ୍ରକୁ ଏହି ବଦଳି ଆଦେଶ ବାତିଲ ପାଇଁ ଅନୁରୋଧ କରିଥିଲେ। ମମତାଙ୍କ ସହିତ ବିଜେପିର ସାମ୍ପ୍ରତିକ ବିବାଦକୁ ନୂଆମୋଡ଼ ଦେବା ଲକ୍ଷ୍ୟରେ କେନ୍ଦ୍ରର ଏହି ବଦଳି ଆଦେଶ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା।

ଘଟଣା ବାତ୍ୟା ୟାସ୍‌ର ସମୀକ୍ଷା ବୈଠକରୁ ଆରମ୍ଭ ହୋଇଥିଲା। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭୟ ୩୦ ମିନିଟ୍ ବିଭମ୍ବରେ ପହଞ୍ଚିଥିଲେ। ତେବେ ବୈଠକକୁ ଆସି ବାତ୍ୟା ସମ୍ପର୍କିତ କାଗଜ ଦେଇ ସେଠାରୁ ଚାଲିଯାଇଥିଲେ ମମତା। ଏହାର କିଛି ସମୟ ପରେ ମୁଖ୍ୟ ସଚିବଙ୍କ କେନ୍ଦ୍ରକୁ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା।