୨ ଛୁଆର ମା’କୁ ନେଇ ବଙ୍ଗାଳୀ ମିସ୍ତ୍ରୀ ଫେରାର, ଫୋନ୍ ଟ୍ରାକିଂ କରୁଛି ପୁଲିସ୍

କେନ୍ଦୁଝର,୧୮/୦୮: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ଗ୍ରାମର ଆବାସ ଯୋଜନା ଘର ନିର୍ମାଣ ଦାୟିତ୍ୱ ନେଇଥିବା ବଙ୍ଗାଳି ମିସ୍ତ୍ରୀ ଜଣେ ବିବାହିତା ମହିଳାଙ୍କୁ ନେଇ ଫେରାର ହୋଇଯାଇଛି । ୩୦ ବର୍ଷିୟା ମହିଳା ଜଣକ ୨ ସନ୍ତାନର ମା’ । ଏଥିନେଇ ମହିଳାଙ୍କ ସ୍ୱାମୀ ସଦର ଥାନାରେ ଏତଲା ଦେଇଛନ୍ତି । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ପରେ ଏସ୍‌ପିଙ୍କ ସହିତ ଆଲୋଚନା କରି ମହିଳାଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ପୁଲିସ ମିସ୍ତ୍ରୀଙ୍କ ମୋବାଇଲ ଟ୍ରାକିଂ କରିବା ପରେ ସେ ଝାଡ଼ଖଣ୍ଡରେ ଥିବା ସୂଚନା ମିଳିଛି । ମାତ୍ର ପୁଲିସ ସେଠାକୁ ଯିବାକୁ ଅନୁମତି ପାଇନଥିବା ଦର୍ଶାଇଛି । ଏପଟେ ୧୨ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ମା’କୁ ଝୁରି ଝୁରି ଖାଇବା ପିଇବା ଛାଡି ଦେଇଛନ୍ତି ।

 ଏ ସମ୍ପର୍କରେ ସଦର ଥାନାଧିକାରୀ ଜୟନାରାୟଣ ଖଣ୍ଡାଇଙ୍କୁ ପଚାରିବାରୁ ମହିଳାଙ୍କ ସହିତ ବଙ୍ଗାଳି ମିସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ରହିଥିଲା । ସେ ଜଣେ ଭିନ୍ନ ସମ୍ପ୍ରଦାୟର ହୋଇଥିବରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ହସ୍ତକ୍ଷେପ ପରେ ମହିଳାଙ୍କ ସ୍ୱାମୀଙ୍କୁ ସତର୍କ କରାଯାଇଥିଲା । ମାତ୍ର ସେ ଅନୈତିକ ସମ୍ପର୍କ ଘଟଣାକୁ ଅସ୍ୱୀକାର କରିଥିଲେ । ସ୍ୱାମୀଙ୍କ ଅନୁପସ୍ଥିତର ସେ ମହିଳାଙ୍କୁ ନେଇ ଫେରାର ହୋଇଯାଇଛି । ମହିଳା ଜଣଙ୍କ ରାଜି ହୋଇ ତାଙ୍କ ସହିତ ଯାଇଛି। ପୁଲିସ ମୋବାଇଲ ଟ୍ରାକିଂ କରି ସେମାନେ ଝାଡ଼ଖଣ୍ଡରେ ରହିଥିବା ଜାଣିବାକୁ ପାଇଛି । ଖୁବଶୀଘ୍ର ପୁଲିସର ଏକ ଟିମ୍‌ ଝାଡ଼ଖଣ୍ଡ ଯାଇ ମହିଳାଙ୍କୁ ଉଦ୍ଧାର କରିବ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା