PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଫ୍ଲିପକାର୍ଟରୁ ଅର୍ଡର କରିଥିଲେ ଅସଲି, କିନ୍ତୁ କମ୍ପାନୀ ପଠାଇଲା ନକଲି ଆଇଫୋନ୍ ୧୧ ପ୍ରୋ

ବାଙ୍ଗାଲୋର,୧୩|୧୨:  ଇ-କମର୍ସ କମ୍ପାନୀରେ ବିଭିନ୍ନ ଠକେଇ ହେଉଥିବା ଘଟଣା ନୂଆ ନୁହେଁ। କେତେବେଳେ ରିନ୍ ସାବୁନ, ପଥର ଆଦି ମୋବାଇଲ ବଦଳରେ ପଠାଇ ଦିଆଯାଏ। କିନ୍ତୁ ଏଥର ନକଲି ଆଇଫୋନ ୧୧ ପ୍ରୋ ପଠାଇ ଦିଆଯାଇଛି।

ଆଇଫୋନ ୧୧ ପ୍ରୋରେ ତିନୋଟି ରିୟର କ୍ୟାମେରା ଦିଆଯାଇଛି। ଏହାର ଦାମ ଶୁଣି ଲୋକ ଚକିତ ହୋଇଯାଆନ୍ତି। କାରଣ ଏହା ଲଞ୍ଚ ହେବା ପରେ ଲୋକମାନେ ମିମ୍ ତିଆରି କରିଥିଲା। କମ୍ପାନୀ ଆଇଫୋନ ଏକ୍ସ ଏସ ଓ ୧୧ ପ୍ରୋର ଡିଜାଇନରେ କୌଣସି ପରିବର୍ତ୍ତନ ନ କରିବାରୁ ୟୁଜର କ୍ୟାମେରାର ଷ୍ଟିକର ଲଗାଇ ବୁଲିଥିଲେ। ଏଭଳି ଏକ ଆଇଫୋନ୍ ଫ୍ଲିପକାର୍ଟ ନିଜ କଷ୍ଟମରଙ୍କୁ ଦେଇଛି।

ବାଙ୍ଗାଲୋରରେ ରହୁଥିବା ରଜନୀକାନ୍ତ କୁଶବାହ ନାମକ ଜଣେ ବ୍ୟକ୍ତି ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ୬୪ ଜିମି ରାମ୍ ବିଶିଷ୍ଟ ଆଇଫୋନ ୧୧ ପ୍ରୋ ଅର୍ଡର କରିଥିଲେ। ଯାହର ଦାମ ହେଉଛି ୯୩,୯୦୦ ଟଙ୍କା।  ଯେତେବେଳେ ସେ ଫୋନ ଡେଲିଭରୀ ପାଇଥିଲେ ଚକିତ ହୋଇଯାଇଥିଲେ। କାରଣ ଆଇଫୋନର ବ୍ୟାକ୍ ସାଇଡରେ ତ୍ରିପଲ୍ କ୍ୟାମେରା ସେଟଅପର ଏକ ଷ୍ଟିକର୍ ଲାଗିଥିଲା।

ଏହାପରେ ସେ ଫୋନ ଅନ କରିଥିଲେ। କିନ୍ତୁ ଏହାର ସଫ୍ଟଓୟାର ଆପଲର ଆଇଓଏସ୍ ନଥିବା ସେ କହିଥିଲେ। ଏନେଇ ସେ କମ୍ପାନୀରେ ଅଭିଯୋଗ କରିଥିଲେ।