ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅଙ୍କୋଲୋଜିଷ୍ଟଙ୍କ ଦାବି: କରୋନା ଚିକିତ୍ସା ପାଇଁ ତିଆରି କରିଛନ୍ତି ଔଷଧ, ଏବେ ସରକାରଙ୍କୁ ମାଗିଲେ ଅନୁମତି

ବେଙ୍ଗାଲୁର,୨୮।୩: ଦେଶରେ କରୋନା ସଂକ୍ରମିଣ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସାରା ବିଶ୍ବରେ ମଧ୍ୟ କରୋନା ଭାଇରସ ଆତଙ୍କିତ କରିଛି। ଏସବୁ ଭିତରେ କେରାନା ଭାଇରସର ଔଷଧ ଉପରେ ରିସର୍ଚ୍ଚ ଜାରି ରହିଛି। ଏହା ମଧ୍ୟରେ ବେଙ୍ଗାଲୁରର ଜଣେ ଡାକ୍ତର କରୋନା ଭାଇରସର ଔଷଧ ତିଆରି କରିଥିବା ନେଇ ଦାବି କରିଛନ୍ତି। ଏଥିପାଇଁ ସେ ସରକାରଙ୍କୁ ଅନୁମତି ମଧ୍ୟ ମାଗିଛନ୍ତି।

ବେଙ୍ଗାଲୁରର ଅଙ୍କୋଲୋଜିଷ୍ଟ ଡା.ବିଶାଳ ରାଓ କିଛି ଔଷଧକୁ ମିଶାଇ ଏକ ନୂଆ ଔଷଧ ତିଆରି କରିଛନ୍ତି। ସେ କହିଛନ୍ତି ସାଇଟୋକାଇନିଜ ସାହାର୍ଯ୍ୟରେ ଏକ ମିଶ୍ରଣ ତିଆରି  କରାଯାଇପାରେ, ଯାହାଦ୍ବାରା ରୋଗୀକୁ ଇଞ୍ଜେକ୍ଟ କରିହେବ। ଏହା କରିବା ଦ୍ବାରା ରୋଗୀର ଇମ୍ୟୁନି ପାଓ୍ବାର ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହା ଏହା ପ୍ରାରମ୍ଭିକ ସ୍ଥିତିରେ ରହିଛି। ଏହା ଉପରେ ଆହୁରି କାମ ଜାରି ରଖିବାକୁ ସରକାରଙ୍କୁ ଅନୁମତି ମାଗିଛି ବୋଲି କହିଛନ୍ତି ଡା. ରାଓ।

ସେ କହିଛନ୍ତି, ରିଭ୍ୟୁ ପାଇଁ ଆମେ ସରକାରଙ୍କ ପାଖରେ ଆବେଦନ କରିଛୁ। ମଣିଷ ଶରୀରର କୋଷିକାରେ ଭାଇରସ ସହ ଲଢିବାର କ୍ଷମତା ରହିଥାଏ। କୋଷିକାରେ ଇଣ୍ଟରଫୋରେନ୍ ରହିଥାଏ। ଯାହାକି ଭାଇରସ୍ ସହ ଲଢିବାରେ ସହାୟକ ହୁଏ। ତେବେ ଯେତେବେଳେ ରୋଗୀ କରୋନା ସଂକ୍ରମିତ ହୋଇଥାନ୍ତି ତାଙ୍କର କୋଷିକାରେ ଏହି ଇଣ୍ଟରଫେରେନ୍ ବାହାରିନଥାଏ, ଯାହାଦ୍ବାରା ତାଙ୍କର ରୋଗପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ ଓ ଭାଇରସର ପ୍ରଭାବ ବଢିଯାଇଥାଏ। ଏହାର ମୁକାବିଲା କରିବା ପାଇଁ ଆମେ ସାଇଟୋକାଇନ୍ସର ଏକ ମିଶ୍ରଣ ପ୍ରସ୍ତୁତ କରିଛୁ, ଯାହାଦ୍ବାରା କରୋନା ରୋଗୀଙ୍କ ଚିକିତ୍ସା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.