ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ବେଙ୍ଗାଲୁର,୨୭।୧୧: ଦେଶରେ ଥମିବାର ନାଁ ଧରୁନି ଦୁଷ୍କର୍ମ ମାମଲା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ମନ୍ଦିରର ୬୧ ବର୍ଷୀୟ ପୂଜାରୀ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଘଟଣା ଜଣାପଡିଛି। ଆଉ ପୂଜାରୀ ଜଣକ ଏଭଳି ଲଜ୍ଜାଜନକ ଘଟଣା ନିଜର ଝିଅ ଘରେ ଘଟାଇଛନ୍ତି।

ପୋଲିସର କହିବା ଅନୁସାରେ, ଚିକ୍କାବଲ୍ଲାପୁରା ନିବାସୀ ଭେଙ୍କଟରାମନପ୍ପା ନିଜର ଜ୍ବାଇଁଙ୍କ ଅନୁପସ୍ଥିତିରେ ମନ୍ଦିରର ଦେଖାଶୁଣା କରୁଥିଲେ। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି, ଯେତେବେଳେ ଭେଙ୍କଟରାମନପ୍ପା ଦେଖିଥିଲା, ଜଣେ ନାବାଳିକା ମନ୍ଦିର ପ୍ରାଙ୍ଗଣର ବାହାରେ ଖେଳୁଛି। ପୂଜାରି ଜଣକ ଝିଅଟିକୁ ଚକୋଲେଟ୍ ଲୋଭ ଦେଖାଇ ନିଜ ପାଖକୁ ଡାକିଥିଲା।ଏହାପରେ ସାଙ୍ଗରେ ନିଜର ଝିଅ ଘରକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିଲା।

ଉତ୍ତରପୂର୍ବ ପୋଲିସ ଡେପୁଟି କମିଶନର ସିକେ ବାବା କହିଛନ୍ତି, ଏହି ଘଟଣା ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ଝିଅଟି ପୂଜାରିଙ୍କ ଘର ଭିତରକୁ ଯାଇଥିଲା। ଝିଅଟିର ଜେଜେମା’ ତାକୁ ଖୋଜିଖୋଜି ମନ୍ଦିର ପାଖରେ ପହଁଞ୍ଚିଥିଲେ। ଆଉ ମନ୍ଦିର ବାହାରେ ଫୁଲ ବିକ୍ରି କରୁଥିବା ଜଣେ ମହିଳା କହିଥିଲେ, ଝିଅ ପୂଜାରୀ ସହିତ ଯାଇଛି। ଏହାପରେ ଝିଅଟି ପୂଜାରୀଙ୍କ ଘରୁ ଦୌଡିକି ପଳାଇ ଆସିଥିଲା।  ଘଟଣା ବିଷୟ​‌ରେ ଜାଣିବା ପରେ ଝିଅଟିର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ମନ୍ଦିର ପୂଜାରୀକୁ ଗିରଫ କରାଯାଇଛି।

ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଓ ଫୁଲ ବିକ୍ରି କରୁଥିବା ଲୋକର ବୟାନ ଆଧାରରେ ଭେଙ୍କଟରାମନପ୍ପାକୁ ପୋକ୍ସୋ ଧାରା ଅନୁସାରେ ଗିରଫ କରାଯାଇଛି। ସେ କହିଛନ୍ତି, ପୋଲିସ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। ଏହି ଆଧାରରେ ଆହୁରି କିଛି ଧାରା ମଧ୍ୟ ଲଗାଯିବ।