PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ତମ୍ବା ପାତ୍ରାରେ ପାଣି ପିଉଛନ୍ତି କି? ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ଭୁବନେଶ୍ବର,୧୬/୨: ଆପଣ ବୟସ୍କ ଲୋକଙ୍କ ପାଖରେ ଦେଖିଥିବେ ସେମାନେ ପ୍ରତିଦିନ ସକାଳୁ ଉଠି ପ୍ରଥମେ ତମ୍ବା ଗିଲାସରେ ରଖାଯାଇଥିବା ପାଣିକୁ ପିଅନ୍ତି। ମାତ୍ର ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇଲେ କି ପ୍ରକାର ସୁଫଳ ମିଳିଥାଏ। ତମ୍ବା ପାତ୍ରରେ ଖୁବ ସାରା ଉପକାରୀ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ।

ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ଏହାକୁ ରଖି ଦିଅନ୍ତୁ। ସକାଳୁ ବିଛଣାରୁ ଉଠି ପ୍ରଥମେ ସେହି ପାଣି ପିଅନ୍ତୁ। ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ପାଚନ କ୍ରିୟା ସଠିକ୍‌ ଭାବରେ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ। ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟେରୋଲର ମାତ୍ରା ମଧ୍ୟ କମ୍‌ କରେ। କେବଳ ସେତିକି ନୁହେଁ, ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ହୃଦଘାତ ଜନିତ ଆଶଙ୍କା କମ୍‌ ଥାଏ। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଏହା ସହିତ ମୋଟାପଣ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ଦ୍ୱାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ୱ ରହିଛି। ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା କର୍କଟ ରୋଗକୁ ଆରମ୍ଭରୁ ରୋକା ଯାଇପାରିବ। ନିୟମତି ତମ୍ବା ପାତ୍ର ପାଣି ପିଇବା ଦ୍ୱାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ।