ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ବାଲେଶ୍ୱର – ବାଲେଶ୍ବର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ଯାତ୍ରା କ୍ୱିନ୍‌ ରାଣୀ ପଣ୍ଡା । ପ୍ରଚାର ପାଇଁ ବିଶେଷ ସମ୍ଭଳ ନଥିବା ବେଣୁଧରପାଇଁ ନିଆରା ଢଙ୍ଗରେ ରାଣୀ ବିନା ପାରିଶ୍ରମିକରେ ପ୍ରଚାର କରିଛନ୍ତି। ରାଣୀ ରିକ୍ସାରେ ବେଣୁଙ୍କୁ ବସାଇ ପ୍ରଚାର କରିଛନ୍ତି ।

ନାପିତ ବୃତ୍ତି କରି ଚଳୁଥିବା ଭୂମିହୀନ ବେଣୁଧରଙ୍କ ପାଇଁ ରାଣୀପଣ୍ଡା ପ୍ରଚାରର ମଙ୍ଗ ଧରିଥିବା ବେଳେ ତାଙ୍କୁ ରିକ୍ସାରେ ବସାଇ ବୁଲାଉଛନ୍ତି । କେବଳ ସେତିକି ନୁହେଁ ବେଣୁଙ୍କ ପାଇଁ ଏକ ନୂଆ ସାଇକେଲ୍ କିଣିଦେବା ସହ ନିର୍ବାଚନ ପରେ ତାଙ୍କ ପାଇଁ ଏକ ସେଲୁନ୍ ଖୋଲିଦେବେ ବୋଲି ଭରସା ଦେଇଛନ୍ତି ରାଣୀ । ଏଥି ସହ ବାଲେଶ୍ବରର ଗରିବ ପ୍ରାର୍ଥୀ ଭାବେ ବେଣୁଧର ବାରିକଙ୍କୁ ଏଥର ଭୋଟର ବିଧାନସଭା ପଠାଇବେ ବୋଲି ଆଶା ରଖିଛନ୍ତି ।

ବେଣୁଧରଙ୍କ ସ୍ୱପ୍ନକୁ ସାକାର କରିବାକୁ ରାଣୀ ଅଣ୍ଟାଭିଡିଛନ୍ତି । ତେବେ ଦେଖିବା କଥା ଯାତ୍ରାରେ ଦର୍ଶକଙ୍କୁ ମତୁଆଲା କରୁଥିବା ରାଣୀ କେତଦୂର ମତଦାତାଙ୍କୁ ପ୍ରଭାବିତ କରି ପାରୁଛନ୍ତି ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି