ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଏହିସବୁ ଶାରୀରିକ ସମସ୍ୟାକୁ ବଢାଇଥାଏ ଜାମୁକୋଳି, ହୋଇଥାଏ ଭୟଙ୍କର ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ ୦୮/୦୫: ଗ୍ରୀଷ୍ମ ଋତୁରେ ଜାମୁକୋଳି ପ୍ରଚୁର ପରିମାଣରେ ମିଳିଥାଏ। ଯାହା ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ଲାଭଦାୟକ ବି ହୋଇଥାଏ। ଜାମୁକୋଳିର ଅନେକ ଔଷଧୀୟ ଗୁଣ ଏବଂ ସ୍ୱାସ୍ଥ୍ୟ ଉପକାର ରହିଛି। ପେଟ ଯନ୍ତ୍ରଣା, ମଧୁମେହ ଏବଂ ଆର୍ଥ୍ରାଇଟିସ୍ ପାଇଁ ଏହା ସର୍ବୋତ୍ତମ ଘରୋଇ ଉପଚାର। ଯଦିଓ ଏହି ଫଳର ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି, ତେବେ ଏହାର କିଛି ସାଇଡ୍ ଇଫେକ୍ଟ ମଧ୍ୟ ଅଛି। ଯଦି ଆପଣ ଅଧିକ ମାତ୍ରାରେ ଜାମୁକୋଳି ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇଥାଏ। ଚାଲନ୍ତୁ ଜାଣିବା ସେହି ବିଷୟରେ...

ବ୍ଲଡ୍ ପ୍ରେସରର ସମସ୍ୟା :

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଜାମୁକୋଳି ଖାଇବା ଅତ୍ୟନ୍ତ ଲାଭଦାୟକ। ଏହାକୁ ଆପଣ ଡେଲି ଖାଦ୍ୟରେ ଅନ୍ତର୍ଭୁକ୍ତ କରି ରକ୍ତଚାପକୁ ସହଜରେ ନିୟନ୍ତ୍ରଣ କରିପାରିବେ। କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ନିମ୍ନ ରକ୍ତଚାପ ହୋଇପାରେ।

କୋଷ୍ଠକାଠିନ୍ୟ :

କୁହାଯାଏ ଜାମୁକୋଳି ହଜମ ପ୍ରକ୍ରିୟାକୁ ଭଲ କରିଥାଏ, କିନ୍ତୁ ଏହାକୁ ଅତ୍ୟଧିକ ଖାଇବା କୋଷ୍ଠକାଠିନ୍ୟର କାରଣ ହୋଇପାରେ।

ବାନ୍ତି ହେବା :

ଜାମୁକୋଳି ଅତ୍ୟଧିକ ଖାଇବା ଦ୍ୱାରା ଆପଣଙ୍କର ବାନ୍ତି ପରି ସମସ୍ୟା ଦେଖା ଦେଇପାରେ।

ମୁଖ ବ୍ରଣ :

ଯଦି ଆପଣଙ୍କର ମୁଖ ବ୍ରଣ ହେବାର ସମସ୍ୟା ରହିଛି, ତେବେ ଆପଣ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ। ଏହାଦ୍ୱାରା ବ୍ରଣ ସମସ୍ୟା ଅଧିକ ବଢିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.