ପ୍ରମୁଖ ଖବର
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ ... ଡେଲିଭରି ସମୟରେ କୌଣସି ଅସୁବିଧା ହେବ ନାହିଁ

ନୂଆଦିଲ୍ଲୀ – ପ୍ରେଗ୍ନେସି ବା ଗର୍ଭାବସ୍ଥା ପ୍ରତି ମହିଳାଙ୍କ ଖୁବ୍‌ ସ୍ପେଶାଲ ହୋଇଥାଏ। ଏହି ସମୟରେ  ମହିଳାଙ୍କ ଠାରେ  ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ସମୟରେ ଶରୀରରେ ହାର୍ମୋନଲ ପରିବର୍ତ୍ତନ ସହ ଶାରୀରିକ  ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ । ଆଉ ମଧ୍ୟ ଏହି ସମୟରେ ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ । ପିଠିରେ ଯନ୍ତ୍ରଣା ହୁଏ। ଶରୀରର ଓଜନ ବଢ଼ିବା ସହ  ଚାଲିବାରେ ସମସ୍ୟା ଉପୁଜେ। ଏହି ଲକ୍ଷଣକୁ ସଂପୂର୍ଣ୍ଣ ଭାବେ ଦୂର ତ କରିପାରିବାନି , କିନ୍ତୁ   ଏକ୍ସରସାଇଜ୍‌ ଦ୍ୱାରା ଏହି ସମସ୍ୟାକୁ କମେଇ ପାରିବା ।

ଗର୍ଭାବସ୍ଥାର ପୁରା ୯ମାସ ସମୟରେ ଯଦି ଆପଣ ନିୟମିତ ରୂପରେ ବ୍ୟାୟାମ କରନ୍ତି ତ ଆପଣ ସହ ଜନ୍ମ ନେଉଥିବା ପିଲା ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇପାରେ ।

ଆସନ୍ତୁ ତାହେଲେ ଜାଣିବା ଗର୍ଭାବସ୍ଥାରେ କେଉଁ ପ୍ରକାର ବ୍ୟାୟମ କଲେ ଏହା ଉପକାରୀ ହୋଇପାରିବ –

{"id":122839,"width":604,"height":389,"sizeSlug":"large"}

ଯୋଗ – ଗର୍ଭାବସ୍ଥା ସମୟରେ ଯୋଗ କରିବା ଏକ ଭଲ ଅଭ୍ୟାସ । ଏହା ଦ୍ୱାରା ଆପଣଙ୍କୁ  ଶକ୍ତି ମିଳିଥାଏ ।  ଯୋଗରେ କାର୍ଡିୟୋ ଏକ୍ସରସାଇଜ୍‌ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ଫେକ୍ସିବିଲିଟ୍ ହୋଇଥାଏ ଏବଂ ଏହା ଡେଲିଭରୀ ସମୟରେ ହେଉଥିବା ଯନ୍ତ୍ରଣାକୁ ହ୍ରାସ କରିଥାଏ ।

ଭଲ କଥା ଏୟା ଯେ , ଗର୍ଭାବସ୍ଥାରେ ଯୋଗ କରିବା ପାଇଁ ଆପଣଙ୍କୁ ନିୟମିତ ରୂପରେ କୌଣସି ଇନ୍‌ଷ୍ଟ୍ରକ୍ଟରଙ୍କ ଆବଶ୍ୟକତା ନାହିଁ । ଗର୍ଭବତୀ ମହିଳା ସପ୍ତାହରେ  ଥରୁଟିଏ ୧୦ ମିନିଟ୍‌ ଯାଏ ଯୋଗ କରିବା ଉଚିତ୍‌ ।

{"id":122840,"width":619,"height":355,"sizeSlug":"large"}

ସ୍କ୍ୱାଟ୍‌ -  ସ୍କ୍ୱାଟ୍‌ କରିବା ଦ୍ୱାରା ଆପଣଙ୍କ ଶରୀରର ତଳ ଭାଗ ମଜୁବତ୍‌ ହୁଏ । ସ୍କ୍ୱାଟ୍‌ କଲେ ଗ୍ରୋଇନ୍‌ କ୍ଷେତ୍ର ଶକ୍ତ ହେବାରେ  ସାହାଯ୍ୟ  ମିଳିଥାଏ ଏବଂ  ଏହା ଡେଲିଭରୀରେ କଷ୍ଟକୁ କମ୍‌ କରିବାରେ ସାହାଯ୍ୟ କରେ। ଗର୍ଭବତୀ ମହିଳା  ୧୦-୧୫ ଥର  ସପ୍ତାହରେ  ପାଖାପାଖି ୩ ଦିନ କରିପାରିବେ ।

{"id":122841,"width":606,"height":345,"sizeSlug":"large"}

ସ୍ୱିମିଂ – ସ୍ୱିମିଂ କରିବା ଦ୍ୱାରା  ପୁରା ଶରୀରକୁ ଟୋନ୍‌ ହେବାରେ ସାହାଯ୍ୟ ମିଳେ  ଏବଂ ଏହା ଜଣେ ଗର୍ଭବତୀ ମହିଳା ପାଇଁ ମଧ୍ୟ ଉତ୍ତମ ଅଟେ ।  ବାସ୍ତବରେ କିଛି ପରମ୍ପରା ଅନୁସାରେ  ଜଣେ ଗର୍ଭବତୀ  ମହିଳାଙ୍କୁ ପାଣିରେ ଫ୍ଲୋଟ୍‌ ହେବାପାଇଁ କୁହାଯାଏ , କାରଣ  ଏଥିରେ ଶରୀରର  ଯନ୍ତ୍ରଣା କମ୍‌ ହୁଏ । ଗର୍ଭବତୀ ମହିଳା ସପ୍ତାହରେ ପାଖାପାଖି ୪ଥର ସ୍ୱିମିଂ କରିପାରିବେ।

{"id":122842,"width":584,"height":353,"sizeSlug":"large"}

ଜଗିଂ – ଗର୍ଭାବସ୍ଥାର ପ୍ରଥମ ୩ ମାସ ଜଗିଂ ପାଇଁ ଭଲ ସମୟ ଅଟେ । ଗର୍ଭାବସ୍ଥା ବଢ଼ିବାରେ ଆପଣ ଜଗିଂ ବଦଳରେ ଜୋରରେ ୱାକ୍‌  ମଧ୍ୟ କରିପାରିବେ । ଗର୍ଭବତୀ ମହିଳାମାନେ ସପ୍ତାହରେ ୩ ଥର ଜଗିଂ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.