ବୁଢା ଦେଖାଯିବା ପାଇଁ ବ୍ୟବହାର କରୁଛନ୍ତି କି ଫେସଆପ୍?ଭବିଷ୍ୟତରେ ସାଜିପାରେ ଖୁବ୍ ବିପଦଜନକ

ନୂଆଦିଲ୍ଲୀ,୨୧।୭: ଆଜିକାଲି ଅଚାନକ ଭାବରେ ସୋସିଆଲ ମିଡିଆରେ ବୁଢା ଚେହେରା ଦେଖାଯିବାର ଫଟୋ ସେୟାର କରାଯାଉଥିବାର ଦେଖିବାକୁ ମିଳୁଛି। କୋଟି କୋଟି ଲୋକ ଏଭଳି ଆପର ବ୍ୟବହାର କରି ନିଜେ ବୁଢା ହେଲେ କିଭଳି ଦେଖାଯିବେ ତାକୁ ଦେଖିବା ସହ ସେୟାର କରିବାରେ ଳାଗିଛନ୍ତି। କିନ୍ତୁ ଏହି ଫେସଆପକୁ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କ ହେବା ଦରକାର। ଏହି ଆପ ଜରିଆରେ ପର୍ସନାଲ ଡାଟା ଲିକ୍ ହେବାର ସମ୍ଭାବନା ବଢିପାରେ। ଏବେ ଆପଣଙ୍କୁ ଜାଣିବା ଦରକାର ବୁଢା ହେବାର ଯେଉଁ ଫଟୋ ଦେଖି ଭାରି ରୋମାଞ୍ଚିତ ହେଉଛନ୍ତି, ତାହା କେତେ ସଠିକ, ଭବିଷ୍ୟତରେ ଆପଣଙ୍କ ପାଇଁ ବିପଦ ଯେପରି ପାଲଟି ଯାଇନପାରେ।

ଫେସଆପ୍ ବ୍ୟବହାର ନକରିବାକୁ କିଛି ବିଶେଷଜ୍ଞମାନେ ମଧ୍ୟ ସତର୍କ ଦେଇସାରିଲେଣି। ଅନ୍ୟପକ୍ଷେ ଆମେରିକାର ଜଣେ ରାଜନେତା ଏହି ଆପ୍ ଜରିଆରେ କୋଟି କୋଟି ଲୋକଙ୍କର ଡାଟା ଚୋରି ହେଉଥିବା ଅଭିଯୋଗ ଆଣି ଏଫବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। କିନ୍ତୁ ଆପଣ ଏହା ଜାଣିକି ନିରାଶ ହେବେ ଯେ,ଫେସଆପ ଆପଣଙ୍କୁ ବୁଢା ହେବାପରେ ଯେଉଁ ଫଟୋ ଦେଖାଉଛି ତାହା ନକଲି ଏବଂ ମନଗଢା, ସଠିକ ଭାବରେ ଅନୁମାନ ନୁହେଁ।

ହେଲଥ ଡଟ୍ କମ୍ ପୋର୍ଟାଲର ତ୍ବଚାରୋଗ ବିଶେଷଜ୍ଞ ଓ ସ୍କିନ ରୁଲସ୍ ଉପରେ ବହି ଲେଖି ସାରିଥିବା ଲେଖବ ଡେବ୍ରା ଜୋଲିମିନଙ୍କ କହିବା ଅନୁସାରେ ଏଭଳି କୌଣସି ରାସ୍ତା ନାହିଁ, ଯାହାଫଳରେ ଆପଣ ନିଜର ବୃଦ୍ଧ ଅବସ୍ଥାକୁ କୌଣସି ଆପ୍ ଜରିଆରେ ଦେଖିପାରିବେ। ବୟସ ସହିତ ତ୍ବଚା ଉପରେ କେତେ ଓ କେଉଁଠୁ ଚର୍ମ ଲୋଚକୋଚା ହେବ ତାହା କହିବା ସମ୍ଭବ ନୁହେଁ। ଏହା କେବଳ ମଉଜ ମସ୍ତି ପାଇଁ କରାଯାଇଛି, ଏହାକୁ ନେଇ ଗମ୍ଭୀର ହୁଅନ୍ତୁ ନାହିଁ।

ଏପରିକି କିଛି ଚର୍ଚ୍ଚି ବ୍ୟକ୍ତିଙ୍କ ଯୁବକ ଅବସ୍ଥାର ଫଟୋ ସହିତ ଯେତେବେଳେ ଏହି ଆପରେ ରେଜଲ୍ଟ ଦେଖାଯାଇଥିଲା ସେତେବେଳେ ବର୍ତ୍ତମାନ ସମୟରେ ତାଙ୍କର ପ୍ରକୃତ ବୃଦ୍ଧ ଅବସ୍ଥାର ମୁହଁ ସହିତ ମେଳ ଖାଇନଥିଲା। ପ୍ରସିଦ୍ଧ ଅଭିନେତା ଅର୍ନାଲ୍ଡୋଙ୍କ ଫଟୋ ସହ ଏହି ଫେସଆପରେ ଯେତେବେଳେ ରେଜଲ୍ଟ ଖୋଜାଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ ଥିଲା। ତାଙ୍କର ପ୍ରକୃତ ମୁହଁ ସହ ରେଜଲ୍ଟ ସମ୍ପୂର୍ଣ୍ଣ ଭିନ୍ନ ତିଲା। ଯେଉଁଥିରୁ ଜଣାପଡିଥିଲା ଫଟୋରେ ଦିଆଯାଇଥିବା ଫେସରେ ଚମଡାକୁ ଲୋଚାକୋଚା କରିବା ସହ ବ୍ଲାକସ୍ପଷ୍ଟକୁ ଯୋଡିକି ଆପଣଙ୍କୁ ଦେଖାଇଥାଏ।

ଫେସଆପକୁ ନେଇ ବହୁ ସତର୍କ ଓ ଚେତାବନୀ ଦିଆଯାଉଛି। ଏହାଦ୍ବାରା ପର୍ସନାଲ ଡାଟା ଚୋରି ହେବା ସହ ଆପଣଙ୍କ ମୋବାଇଲ ଫୋନ୍ ଗ୍ୟାଲେରୀର ଆକ୍ସେସ ମାଗିଥାଏ। ଅନ୍ୟପକ୍ଷେ ଏହି ଆପ ଆପଣଙ୍କୁ ଟର୍ମ ଆଣ୍ଡ କଣ୍ଡିସନ୍ ଉପରେ ସହମତି ହେବାକୁ କହିଥାଏ ଓ ଆପଣ କିଛି ନପଢି ଏହାକୁ ‘ଓକେ’ କରିଦିଅନ୍ତି। ଏହାର ନିୟମ ଓ ସର୍ତ୍ତ ମଧ୍ୟ ଏକ ମୁଖ୍ୟ ବିନ୍ଦୁ ଅଟେ,ଯଦି ଆପଣ ଥରେ ନିଜର ଫଟୋ ଏହି ଆପ୍ ଉପରେ ଅପଲୋଡ୍ କରନ୍ତି ତେବେ ଏହି ଫଟୋ କୌଣସି ପ୍ରକାର ବ୍ୟବହାର ପାଇଁ ଆପ୍ ସ୍ବତନ୍ତ୍ର ହୋଇଯିବ।

କୁହାଯାଉଛି ଯେ, ଏହି ଆପ୍ ଋଷିୟାନ ହ୍ୟାକିଂ ମାଫିଆ ଓ କୌଣସି ପୋର୍ଣ୍ଣ ଇଣ୍ଡଷ୍ଟ୍ରୀ  ସହିତ ଏହାର ଚେର ଯୋଡି ହୋଇଥିବାର ଆଶଙ୍କା କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସଠିକ୍ ଖବର ଆସିନାହିଁ କିନ୍ତୁ ଆମେରିକାର ରାଜନେତା ଏଫବିଆଇର ତଦନ୍ତ ଦାବି କରିବା ସହ ସନ୍ଦେହ ପ୍ରକାଶ କରିଛନ୍ତି।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…