ଏୟାର ମାର୍ଶଲ ଭଦୌରିଆ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ,୧୯ ।୯(ଏଜେନ୍ସି): ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ । ଏବେ ସେ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନର ବାୟୁସେନା ମୁଖ୍ୟ ଥିବା ବୀରେନ୍ଦ୍ର ସିଂହ ଧନୋଆ ଆସନ୍ତା ୩୦ ତାରିଖରେ ଅବସର ନେବା ପରେ ତାଙ୍କ ସ୍ଥାନରେ ଭଦୌରିଆ ବାୟୁସେନାର ୨୬ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭଦୌରିଆ ମଧ୍ୟ ସେପ୍ଟେମ୍ବର ୩୦ ତାରିଖରେ ଅବସର ନେଇଥାନ୍ତେ । କିନ୍ତୁ ତାଙ୍କୁ ବାୟୁସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବାରୁ ସେ ଦୁଇବର୍ଷ ପାଇଁ ଏହି ପଦବୀରେ ରହିବେ । ଅବସର ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିବ । ଧନୋଆଙ୍କ ପରେ ଭଦୌରିଆ ଥିଲେ ବାୟୁସେନାର ସବୁଠୁ ବରିଷ୍ଠ ଅଧିକାରୀ । ଅନ୍ୟାନ୍ୟ ଯୁଦ୍ଧ ବିମାନ ସହିତ ସେ ଜୁଲାଇରେ ଫ୍ରାନ୍ସ ଗସ୍ତରେ ଯାଇଥିଲା ବେଳେ ରାଫେଲ ବିମାନ ଉଡାଇଛନ୍ତି ।

ଫ୍ରାନ୍ସ ସହ ଭାରତର ରାଫେଲ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତ ରାଜିନାମାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ୧୯୮୦ ଜୁନ ୧୫ରେ ଜଣେ ଫାଇଟର ପାଇଲଟ ଭାବେ ବାୟୁସେନାରେ ସେ ଯୋଗ ଦେଇଥିଲେ । ୪,୨୫୦ ଘଣ୍ଟାରୁ ଅଧିକ ସମୟ ଧରି ୨୬ ପ୍ରକାର ଯୁଦ୍ଧ ବିମାନ ଓ ସାମରିକ ପରିବହନ ବିମାନ ଉଡାଇବାର ଦକ୍ଷତା ତାଙ୍କର ରହିଛି ।
ଦୀର୍ଘ ୩୯ ବର୍ଷର କ୍ୟାରିୟର ଭିତରେ ସେ ବାୟୁସେନାର ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି । ସେଥିପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଓ ବାୟୁସେନା ମେଡାଲ ଭଳି ସମ୍ମାନ ମିଳିଛି । ଆଗ୍ରା ନିକଟସ୍ଥ କୋରଥା ଗ୍ରାମରେ ତାଙ୍କର ଜନ୍ମ । ପୁନେ ଏନ୍‌ଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ)ରୁ ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ବାୟୁସେନାରେ ସାମିଲ ହୋଇଥିଲେ । ଆଶା ଭଦୌରିଆଙ୍କୁ ସେ ବିବାହ କରିଛନ୍ତି ଏବଂ

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା