ଭଦ୍ରକ : କୋରୁଆ ଠାରେ ବସନ୍ତ ଉତ୍ସବ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିରୋଧୀ ଦଳ ଉପନେତା

ଭଦ୍ରକ, ୨୮/୨ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର କୋରୁଆ ଠାରେ ବୀଣାପାଣି କଲଚୁରାଲ ଆସୋସିଏସନ ପକ୍ଷରୁ ୩୩ତମ ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇଛି। ମା ସରସ୍ଵତୀଙ୍କ ପୂଜା ପରେ ବସନ୍ତ ଉତ୍ସବ ପାଳିତ ହୋଇଥାଏ। ଏହି ପୂଜା ସରସ୍ଵତୀ ପୂଜା ଠାରୁ ଆରମ୍ଭ ହୋଇ ୧୧ ଦିନ ଧରି ଗାଁରେ ପୂଜା ପାଉଛନ୍ତି।
ତେବେ ଗାଁରେ ଦୁଇ ଦିନ ଧରି ବସନ୍ତ ଉତ୍ସବ ପାଳନ ହେଉଛି। ବିରୋଧୀ ଦଳ ଉପନେତା ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶେଷରେ ଗାଁର ଛୋଟ ଛୋଟ ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।