କାର୍ଯ୍ୟରେ ଅବହେଳା କରି ସସପେଣ୍ଡ୍ ହେଲେ ପୋଲିସ ଏସଆଇ

ଭଦ୍ରକ, ୨୦|୦୨: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନାର ଏସଆଇ ମହାପ୍ରସାଦ ନାୟକଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଛି। ଆଇଜିଙ୍କ ନିର୍ଦେଶ କ୍ରମେ ଭଦ୍ରକ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ଗତ ୧୫ତାରିଖ ଶନିବାର ଦିନ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସଙ୍କ ଭାଇ ଅଶୋକ  କୁମାର ଦାସଙ୍କୁ ବାଲେଶ୍ୱର ଜିଲ୍ଲା ସୋର ଅଂଚଳର କେତେକ ଯୁବକ ଅପହରଣ କରି ନେଇଥିଲେ। ଏହି ଘଟଣା ରେ ଏସଆଇ ମହାପ୍ରସାଦ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଆଜି ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦେଶ କ୍ରମେ ଭଦ୍ରକ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ