PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଲୁଟେରାଙ୍କ ଗୁଳିମାଡ଼, ଯୁବକ ଗୁରୁତର.

ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି. ଆହତ ଯୁବକଙ୍କ ଜଙ୍ଘ ଓ ପାଦରେ ଗୁଳି ବାଜିଛି. ଆହତ ଯୁବକ ହେଲେ ସୁରେଶ ମହାରଣା. ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି. ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ. ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ଲୁଟେରାଙ୍କ ସହ ଧସ୍ତାଧସ୍ତି ସମୟରେ ଅନ୍ୟ ଜଣେ ଯୁବକ ମାନସ ଆହତ ହୋଇଛନ୍ତି. ତେବେ ସ୍ଥାନୀୟ ଅଧିବାସୀ ଜଣେ ଲୁଟେରା କୁ କାବୁ କରି ପୁଲିସ ଜିମା ଦେଇ ଥିବା ବେଳେ ଅନ୍ୟ ଦୁଇ ଫେରାର ହୋଇ ଯାଇଛନ୍ତି ।


ସୂଚନା ଅନୁଯାୟୀ ରାତି ପ୍ରାୟ ୯ ବେଳେ ଦୋକାନ ବନ୍ଦ କରି ହରିପୁର ଗ୍ରାମର ଦାଦା ସୁରେଶ ଓ ପୁତୁରା ମାନସ ଘରକୁ ଫେରୁଥିବା ସମୟରେ ହରିପୁର ଛକ ନିକଟରେ ତିନି ଜଣ ଲୁଟେରା ବାଇକ ରେ ଆସି ସୁରେଶ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ସୁନା ଚେନ i ବ୍ରେସଲେଟ ଛଡ଼ାଇବାକୁ ଉଦ୍ୟମ କରିଥିଲେ. ଉଭୟ ଏଥିରେ ବାଧା ଦେବାରୁ. ଲୁଟେରା ବନ୍ଧୁକରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ. ଦୁଇଟି ଗୁଳି ସୁରେଶଙ୍କ ଜଙ୍ଘ ଓ ପାଦରେ ବାଜି ଥିଲା. ଏହି ସମୟରେ ଖବର ପାଇ ସ୍ଥାନୀୟ ଲୋକ ସେଠାରେ ପହଂଚି ଯିବାରୁ ଦୁଇ ଲୁଟେରା ଫେରାର ହୋଇ ଯାଇଥିଲେ. ଜଣେ ଲୁଟେରାକୁ କାବୁ କରି ସେମାନେ ପୁଲିସ ଜିମା ଦେଇ ଛନ୍ତି ।