ଭଦ୍ରକ: ଲୋକଭର୍ତ୍ତି କଣ୍ଟେନର ନେଇ ତଥ୍ୟ ରଖିଲା ଭଦ୍ରକ ପୋଲିସ

ଭଦ୍ରକ ୨୩/୪: କଣ୍ଟେନରରେ ଲୋକ ଆସିବା ଘଟଣାରେ ସ୍ପଷ୍ଟୀକରଣ ଦେଲା ଭଦ୍ରକ ପୋଲିସ । କଣ୍ଟେନରଟି ବାଲେଶ୍ୱରର ଏକ ପେପର ମିଲ୍ ଡ୍ରାଇଭର ମାନଙ୍କୁ ନେଇ ଭଦ୍ରକ ଆସୁଥିବା ପୋଲିସ ସୂଚନା ଦେଇଛି । ତେବେ କଣ୍ଟେନର ଭିତରେ ଲୋକ ଆଣିବା ଘଟଣାର ତଦନ୍ତ ହେବ ଏବଂ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକଙ୍କୁ ଆତଙ୍କିତ ନହେବା ପାଇଁ ସୂଚନା ଦେଇଛନ୍ତି ଭଦ୍ରକ ଏସପି । କହିରଖୁଛୁ ଆଜି ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ସ୍ଥାନୀୟ ଲୋକେ ଏକ କଣ୍ଟେନରକୁ ଅଟକାଇଥିଲେ । କଣ୍ଟେନର ଭିତରେ କିଛି ଲୋକ ଥିଲେ । ଲୋକଙ୍କ ଗହଳି ଦେଖି ଲାକ ଭର୍ତ୍ତି କଣ୍ଟେନରଟି ପଳାଇଥିଲା । ବାଲେଶ୍ୱର ପଟୁ ଆସୁଥିବା କଣ୍ଟେନର ଭୁବନେଶ୍ୱର ରାସ୍ତାରେ ପଳାଇଥିଲା । ତେବେ HR ୫୫AD ୮୫୭୪ହରିୟାଣା ନମ୍ବର କଣ୍ଟେନରକୁ ଠାବ କରିଛି ଭଦ୍ରକ ପୋଲିସ ।

   ସମ୍ବନ୍ଧିତ ଖବର


ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…

ନଦୀବନ୍ଧରେ ପାଇଖାନା ଟାଙ୍କି ନିର୍ମାଣ କରି ନଦୀ ଭିତରକୁ ଛଡାଯାଉଛି ମଇଳା ପାଣି, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକ…

ଭଦ୍ରକ ହଳଦିଡିହିରେ ମା ଦୁର୍ଗାଙ୍କ ରୂପରେ ପୂଜା ପାଉଛନ୍ତି ମା’ ଭାରତ ମାତା, ଜାଣନ୍ତୁ ଏଠିକାର ନିଆରା ପରମ୍ପରା ବିଷୟରେ…

୫୬ବର୍ଷ ବୟସରେ ମାଟ୍ରିକ ପାସ କଲେ ଆଶା କର୍ମୀ