କୋଲକତା ପରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା : କ୍ବାରେଣ୍ଟାଇନରେ ରହୁଥିବା ପ୍ରବାସୀଙ୍କୁ ସମ୍ଭାଳି ପାରୁନି ଜିଲ୍ଲା ପ୍ରଶାସନ

ଭଦ୍ରକ ୮।୫ : କୋଲକତା ଫେରନ୍ତାଙ୍କ ପରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା । ଆଜି ଭଦ୍ରକ ଜିଲ୍ଲା ରେ ୨ ନୂଆ କରୋନା ପଜିଟିଭ ବାହାରିବା ପରେ ଜ଼ିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୩ରେ । ତେବେ ପୂର୍ବରୁ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ କୋଲକତା ଫେରନ୍ତା ଥିବା ବେଳେ ଆଜି ୨ଜଣ ନୂଆ କରି ସୁରଟ ଫେରନ୍ତା ସାମିଲ ହୋଇଛନ୍ତି ।

ସେମାନେ ଗତ ୫ ଦିନ ପୂର୍ବରୁ ସୁରଟରୁ ଫେରି କ୍ବାରେଣ୍ଟାଇନ୍‌ରେ ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବାସୁଦେବପୁର ପୌରାଞ୍ଚଳର ୧୮ ନମ୍ବର ୱାର୍ଡର ହୋଇଥିବା ବେଳେ ଅନ୍ୟ ଜଣେ ଧାମନଗର ବ୍ଲକ ବମକୁରା ପଞ୍ଚାୟତର । ସେହିପରି ଭାବେ ବର୍ତ୍ତମାନ ସୁଦ୍ଧା ୩୭୬୦ ଜଣକର ସ୍ୱାବ ସଂଗ୍ରହ କରାଯାଇଛି, ସେଥିମଧ୍ୟରୁ ୩୭୩୯ ଜଣ ନେଗେଟିଭ ଥିବା ବେଳେ ସୁରଟ ସମେତ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ଭଣ୍ଡାରିପୋଖରୀରେ ସରକାରୀ ଶିଳ୍ପ ପ୍ରତିଷ୍ଠାନ କେନ୍ଦ୍ରରେ ସ୍ୱାବ ସଂଗ୍ରହ କରାଯାଇଥିଲା। ପରେ ସେମାନଙ୍କୁ ନିଜ ପଞ୍ଚାୟତକୁ ଛଡାଯାଉଛି ।

ଅନ୍ୟପକ୍ଷେ ଗତକାଲି ବାସୁଦେବପୁର ବ୍ଲକର ୭ ଗୋଟି ପଞ୍ଚାୟତରୁ କଣ୍ଟନମେଣ୍ଟ ଜୋନ ପ୍ରତ୍ୟାହାର କରାଯାଇଛି । ମୋଟ କରୋନା ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳରେ ୧୧ ଓ ଦ୍ଵିତୀୟରେ ଧାମନଗରରେ ୪ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଏବେ କ୍ଵରେଣ୍ଟାଇନରେ ରହୁଥିବା ପ୍ରବାସୀଙ୍କ କାର୍ଯ୍ୟକଳାପ ଚିନ୍ତାର କାରଣ ହୋଇଛି । ବିଭିନ୍ନ କ୍ଵରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀ ନିୟମ ନମାନି ବାହାରେ ବୁଲୁଥିବା ରୁ ସ୍ଥାନୀୟ ଲୋକେ ଆତଙ୍କିତ ହେଉଛନ୍ତି । ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ କ୍ଵରେଣ୍ଟାଇନରେ ରହୁଥିବା ପ୍ରବାସୀଙ୍କୁ ଠିକରେ ରହିବା ଓ ଖାଇବା ବ୍ୟବସ୍ଥା ହେଉନଥିବା ଅଭିଯୋଗ ହୋଇଛି ।

   ସମ୍ବନ୍ଧିତ ଖବର


ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…

ନଦୀବନ୍ଧରେ ପାଇଖାନା ଟାଙ୍କି ନିର୍ମାଣ କରି ନଦୀ ଭିତରକୁ ଛଡାଯାଉଛି ମଇଳା ପାଣି, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକ…