ସହିଦ ଭଗତ ସିଂଙ୍କ ୧୧୩ତମ ଜୟନ୍ତୀରେ ରକ୍ତଦାନ ଶିବିର ଆୟୋଜନ କଲା ସହିଦ ଭଗତ ସେନା

ଭଦ୍ରକ ୨୮।୯ : ସହିଦ ଭଗତ ସିଂଙ୍କ ୧୧୩ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର । ଭଦ୍ରକ ଜିଲ୍ଲାର ସାମାଜିକ ଓ ସ୍ଵେଚ୍ଚାସେବୀ ସଂଗଠନ ସହିଦ ଭଗତ ସେନା ପରିବାର ପକ୍ଷରୁ ଭଦ୍ରକ ସହରର ଚରମ୍ପା ସ୍ଥିତ ଉଗ୍ରସେନ ଭବନଠାରେ ଏକ ସମ୍ବର୍ଦ୍ଧନା ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ସହିଦ ଭଗତ ସେନା ପରିବାରର ଅବାହାକ ସିତାଂଶୁ ମହାପାତ୍ରଙ୍କ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିଶ୍ଚାଳୟର ଅତିରିକ୍ତ ଜିଲ୍ଲା ମେଡିକାଲ ଅଧିକାରୀ ଡ. ମୁରଲୀଧର ପାଢୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସହୀଦ ଭଗତ ସିଂଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ଉପସ୍ଥିତ ଯୁବକମାନଙ୍କୁ ଆହ୍ବାନ କରିଛନ୍ତି । ଜିଲ୍ଲା ରେଡକ୍ରସ ଶାଖାର ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । କୋଭିଡ ସମୟରେ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟସେବାରେ ନିଯୋଜିତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

   ସମ୍ବନ୍ଧିତ ଖବର


ସାଲେପୁର: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବନବିଭାଗର ଚଢ଼ାଉ: ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ଶିକାର ସରଞ୍ଜାମ ଜବତ, ଜଣେ ଗିରଫ

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର