ସହର କହୁଛି ସାବାସ୍‌ କୁଟିଆ ସିଂ

ଭବାନୀପାଟଣାରେ ଏବେ ଲୋକଙ୍କ ମୁହଁରେ ଗୋଟିଏ କଥା । ସାବାସ୍‌ କୁଟିଆ ସିଂ । ଆଜି ଦିନତମାମ ଭାଲୁଟିକୁ କାବୁ କରିବା ପାଇଁ ବନ ବିଭାଗ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲା । ମାତ୍ର ଭାଲୁଟି କାହାର ହାତକୁ ଆସିନଥିଲା । ଏଣେ ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଭିଡ଼ ଦେଖି ଭାଲୁଟି ମଧ୍ୟ ହିଂସ୍ର ହୋଇ ପଡ଼ିଥିଲା । ଏକ ପାଚେରୀ ଡେଇଁ ମନ୍ଦାର ବଗିଚା ପଡ଼ାଆଡକୁ ମୁହାଁଇଥିଲା । ସେହି ସମୟରେ

ନିଜ ଘର ସାମ୍ନାରେ ଛିଡ଼ା ହୋଇଥିବା ଜଗଦୀଶ ପ୍ରସାଦ ଦାଶଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଶ୍ରୀ ଦାଶଙ୍କୁ ଭାଲୁଟି ତଳେପକାଇ ଦେଇଥିବା ବେଳେ ଅନେକ ଲୋକ ସେହି ସମୟରେ ଭିଡ଼ିଓ ଉଠାଉଥିଲେ । ଅଥଚ ଭୟରେ କେହି ତାଙ୍କ ପାଖକୁ ଯାଇନଥିଲେ । ସେହି ସମୟରେ ସ୍ଥାନୀୟ ବାସିନ୍ଦା କୁଟିଆ ଏକ ଲାଠି ଧରି ତାଙ୍କ ପାଖକୁ ଯାଇଥିଲେ ଏବଂ ଭାଲୁଟିକୁ ପିଟିବାରୁ ଶ୍ରୀ ଦାଶଙ୍କୁ ଛାଡ଼ି କୁଟିଆଙ୍କୁ ଆକ୍ରମଣ କରିବାର ଉଦ୍ୟତ ହୋଇଥିଲା । ମାତ୍ର କୁଟିଆ ତାଙ୍କୁ ପୁଣି ଲାଠି ଦେଖାଇବାରୁ ସେ ପ୍ରାଣ ବିକଳରେ ସାପ୍ତାହିକ ବଜାର ଆଡ଼କୁ ପଳାଇଥିଲା । କୁଟିଆଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ପାଇଁ ଶ୍ରୀ ଦାଶ ରକ୍ଷା ପାଇଯାଇଥିଲେ ।

ସୂଚନାଯୋଗ୍ୟ ଭାଲୁଟିଏ ଭବାନୀପାଟଣା ସହରକୁ ଅଚଳ କରିଦେଇଥିଲା! ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ଯାଏ ଭାଲୁ ଏଭଳି ଉପଦ୍ରବ ସୃଷ୍ଟିକଲା ଯେ, ପ୍ରଶାସନକୁ ମାଇକ ଯୋଗେ ପ୍ରଚାରକରି କେହି ଘରୁ ନବାହାରିବା ପାଇଁ କୁହାଗଲା । ଭାଲୁ କିନ୍ତୁ ସହରସାରା ବୁଲିବୁଲି ଜଣକପରେ ଜଣକୁ ଆକ୍ରମଣ କରିଚାଲିଥିଲା । ଭାଲୁର ଅତର୍କିତ ଆକ୍ରମଣରେ ଜଣେ ମହିଳାଙ୍କ ସତେମ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା ।

ଗୁଲିସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ କପାଳ ଓ ମୁଣ୍ଡ ସମ୍ମୁଖ ଭାଗକୁ ବିଦିର୍ଣ୍ଣ କରିଦେଇଛି । ଭବାନୀପାଟଣାରେ ତାଙ୍କର ପ୍ରାଥମିକ ଉପଚାର ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି । ସେହିଭଳି ଜଗଦୀଶ ଦାଶ ନାମକ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବିରଳ ବିସ୍ମୟ: ଏସ୍‌ସିବିରେ ଦ୍ବୈତ ଯୌନଙ୍ଗଧାରୀ ଶିଶୁ

ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି