ନାଆମୀ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କୁ ଭାବପୂର୍ଣ୍ଣ ବିଦାୟ

ଭଣ୍ଡାରିପୋଖରୀ ୧/୩: ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସହକର୍ମୀ ଡ. ରଘୁନାଥ ସାହୁ, ମନୋରମା ଖଣ୍ଡେଇ, ଅଜୟ ପ୍ରଧାନ, ଚକ୍ରଧର ବିଶ୍ୱାଳ, ଅକ୍ଷୟ କୁମାର ସାହୁ, ବନମାଳୀ ପଣ୍ଡା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଅଧ୍ୟାପକ ଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା କରିବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମହିତୋଷ ସେଠୀ, ପ୍ରିୟକାନ୍ତ ସାହୁ, ଚିନ୍ତାମଣି ମହାକୁଡ଼, ପ୍ରଦୀପ ସ୍ୱାଇଁ, ସୁକାନ୍ତ ସ୍ୱାଇଁ, ବିନୋଦ ନାୟକ, ଡ.ଶଶଧର ସାହୁ, ଭାରତୀଲତା ପଣ୍ଡା, ବିନାୟକ ଘୋଷ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ମଲ୍ଲିକଙ୍କ ଦିଗ୍‌ଦର୍ଶନ ସେମାନଙ୍କ କର୍ମମୟ ଜୀବନରେ ଉନ୍ନତି ଆଣିବ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ ମିଳିତ ଭାବେ ଶ୍ରୀ ମଲ୍ଲିକଙ୍କୁ ଏକ ବିରାଟ ପଟୁଆରରେ କଲେଜଠାରୁ ମଞ୍ଜୁରୀରୋଡ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚାଇଥିଲେ । ଅଧ୍ୟାପକ ଶ୍ରୀ ମଲ୍ଲିକଙ୍କ କର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା ଆମକୁ ପ୍ରେରଣା ଦେଇଛି । ତାଙ୍କର ଦିଗଦର୍ଶନରେ ଅନେକ ଛାତ୍ରଛାତ୍ରୀ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ବିଦ୍ୟାର୍ଥୀ ମାନେ ମତ ଦେଇଥିଲେ ।

   ସମ୍ବନ୍ଧିତ ଖବର


ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ପଞ୍ଜାବର ସମସ୍ତ ସହରରେ ପୁଣିଥରେ ଲାଗୁହେଲା ନାଇଟକର୍ଫ୍ୟୁ, ମାସ୍କ ନପିନ୍ଧିଲେ ଲାଗିବ ୧ହଜାର ଟଙ୍କାର ଜରିମାନା…

ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ