PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢ଼ା, ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ହେବ ପାଠପଢ଼ା
  • ||
  • ସମ୍ବଲପୁର: ୮ ଘଣ୍ଟା ପରେ ପୁଣି ସହରରେ ହତ୍ୟାକାଣ୍ଡ, ମାଲତୀଗୁଣ୍ଡେପୁରରେ ଯୁବକଙ୍କୁ ହତ୍ୟା, ପ୍ରତିବାଦରେ ରାସ୍ତାରୋକ…
  • ||
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

‘ଭାରତ୍‌ କେ ମନ କି ବାତ୍‌, ମୋଦି କେ ସାଥ୍‌’ ଅଭିଯାନ ଶୁଭାରମ୍ଭ, ବିଜେପିକୁ ବହୁମତ ନିଶ୍ଚିତ: ଗଡ଼କରୀ

ଭୁବନେଶ୍ୱର,୬ା୨(ବ୍ୟୁରୋ): ୭୦ ବର୍ଷରେ କଂଗ୍ରେସ ଯାହା କରିନି, ଆମେ ୫ ବର୍ଷରେ ତା କରି ଦେଖାଇଛୁ । ଆସନ୍ତା ୨୦୧୯ ନିର୍ବାଚନରେ ବିଜେପି ବହୁମତ ପାଇବା ସୁନିଶ୍ଚିତ । ଏଥିରେ ସାମାନ୍ୟ ସନ୍ଦେହ ନାହିଁ । ଗତ ୫ ବର୍ଷ ମୋଦିଙ୍କ ନେତୃତ୍ୱରେ ଅଭୂତପୂର୍ବ ବିକାଶ ହୋଇଛି । ଦେଶବାସୀ ଏବେ ବିକାଶର ଟ୍ରେଲର ଦେଖିଲେ । ଆଗକୁ ସମସ୍ତେ ପୂରା ଫିଲ୍ମ ଦେଖିବେ । ଭାରତକୁ ବିଶ୍ୱର ସୁପର ଇକୋନୋମିକ୍‌ ପାୱାର କରି ଦେଖାଇବୁ । ଭୁବନେଶ୍ୱରରେ ‘ଭାରତ କେ ମନ କି ବାତ୍‌, ମୋଦି କେ ସାଥ୍‌’ ଅଭିଯାନର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏଭଳି ଦୃଢୋକ୍ତି କରିଛନ୍ତି ।
ସାରା ରାଜ୍ୟରେ ଏହି ଅଭିଯାନ ଚାଲିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର ରଥ ବୁଲିବ । ବିଭିନ୍ନ ସ୍ଥାନରେ ୭୫୦୦ଟି ମତାମତ ବାକ୍ସ ରଖାଯିବ । ଲୋକେ ସେମାନଙ୍କ ମତାମତକୁ ସିଧା ମୋଦିଙ୍କୁ ଜଣାଇ ପାରିବେ । ଉଭୟ ଚିଠି, ଟୋଲ୍‌ ଫ୍ରି ନମ୍ବର, ସୋସିଆଲ ମିଡିଆ ମାଧ୍ୟମରେ ମତାମତ ଜଣାଇ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଗଡ଼କରୀ ଏହି ଅଭିଯାନକୁ ଶୁଭାରମ୍ଭ କରି କହିଛନ୍ତି, ସୁପ୍ରଶାସନ, ସ୍ୱଚ୍ଛତା, ଶିକ୍ଷା, ସ୍ୱାସ୍ଥ୍ୟ, ଓ ସବୁ ବର୍ଗ ଓ କ୍ଷେତ୍ରର ବିକାଶକୁ ବିଜେପି ଏଜେଣ୍ଡା କରି ଆସିଛି । ତେବେ ଏସବୁ ସମେତ ଦଳର ବିଶେଷତ୍ୱ ହେଉଛି ରାଷ୍ଟ୍ରବାଦ । ରାଷ୍ଟ୍ରର ସ୍ୱାର୍ଥକୁ ସବୁ ସମୟରେ ଉପରେ ରଖିଥାଏ । ଗରିବ ଲୋକକୁ ଭଗବାନ ମାନି ତାର ଗରିବୀ ଦୂର କରିବାକୁ ସବୁବେଳେ ଦଳ ପ୍ରାଥମିକତା ଦେଇଥାଏ । ଏହା ଆମର ଦଳର ଚିନ୍ତନ ଓ ବିଚାରଧାରା ।
କଂଗ୍ରେସକୁ ଟାର୍ଗେଟ୍‌ କରି ଗଡକରୀ କହିଥିଲେ, କଂଗ୍ରେସ କେବଳ ଦେଶବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ ଆସିଛି । ଗରିବୀ ହଟାଓ ଭଳି ଅନେକ ନାରା ଦେଇଛି । କିନ୍ତୁ ଗରିବୀ ହଟିବ କ’ଣ ଓଲଟା ଗରିବମାନେ ଏଧିକ ଗରିବ ହୋଇଥିଲେ । ଦେଶ ଅଧିକ ଗରିବ ହେଲା । କିନ୍ତୁ ଆମେ ଖାଲି କଥା କହିନୁ, କାମରେ କରି ଦେଖାଇଛୁ । ଘରୋଇ ଗ୍ୟାସ୍‌ ସଂଯୋଗ ଦେବାରେ ଆମେ ବିଶ୍ୱରେ ଦ୍ୱିତୀୟ ବୃହତ୍‌ ଦେଶ ଭାବେ ପରିଗଣିତ ହୋଇଛୁ । ମା’ମାନଙ୍କୁ ଧୂଆଁର ଜ୍ୱାଳାରୁ ମୁକ୍ତି ମିଳିଛି । ପ୍ରଦୂଷଣ କମିଛି । ଜନଧନ ଯୋଜନାରେ ୩୪କୋଟି ଲୋକଙ୍କ ବ୍ୟାଙ୍କ ଖାତା ଖୋଲିଛି । ମୋଦି ସରକାରଙ୍କ ସାଢେ ୪ବର୍ଷର ହିସାବ କହୁଛି, ସବୁ କ୍ଷେତ୍ରର ସର୍ବାଧିକ ବିକାଶ ହୋଇଛି । ଦେଶର ଚିତ୍ର ବଦଳୁଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗତ ୫ ବର୍ଷରେ ୯୦ହଜାର ଗାଁ ଯୋଡ଼ି ହୋଇଛି ।
ବିରୋଧୀଙ୍କୁ ଆକ୍ଷେପ କରି ଗଡ଼କରୀ କହିଥିଲେ, ଏବେ ପର୍‌ଫର୍ମାନ୍ସ ଆଧାରରେ ବିରୋଧୀମାନେ ରାଜନୀତି କରୁନାହାନ୍ତି । ଭୋଟ୍‌ ପାଇଁ ସମାଜକୁ ବିଭାଜିତ କରିବାକୁ ଅପପ୍ରୟାସ କରୁଛନ୍ତି । ଓଡ଼ିଶା ଉପରେ ଟିପ୍ପଣୀ ଦେଇ ସେ କହିଥିଲେ, ଓଡିଶାରେ ପ୍ରାକୃତିକ ସମ୍ବଳ ଭରି ରହିଛି । ପାରାଦୀପ ବନ୍ଦର ଦେଶର ନମ୍ବର ୱାନ୍‌ ବନ୍ଦର ହେବ । ଏଥିପାଇଁ କାମ ଚାଲିଛି । ଓଡ଼ିଶାର ଆଦିବାସୀ ଅଞ୍ଚଳର ବିଭିନ୍ନ ଗଛରୁ ଏଡିବଲ୍‌ ଅଏଲ ଓ ବାୟୋ ଆଭିଏସନ୍‌ ଫୁଏଲ ବାହାରି ପାରିବ । ଯଦି ଏହାକୁ ଠିକ୍‌ରେ କରାଯାଏ ତା ହେଲେ ବାହାର ଦେଶରୁ ଆମଦାନୀ ହେଉଥିବା ୩୦ହଜାର କୋଟି ଟଙ୍କାର ବାୟୋ ଆଭିଏସନ୍‌ ଫୁଏଲ୍‌ ଟଙ୍କା ବଞ୍ଚିଯିବ ।
କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯାହା ଉପରେ ଭରସା ଅଧିକ ଥାଏ, ତାଠୁ ଅଧିକ ଆଶା କରାଯାଏ । ଏଣୁ ଦେଶବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅଧିକ ଆଶା ରଖିବା ସ୍ୱାଭାବିକ ।
ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଥିଲେ, ଯୁବରାଜ ଏଠାକୁ ଆସି ମୋଦି ଚୋରି କରିଛନ୍ତି ବୋଲି କହୁଛନ୍ତି । ମୋଦି କ’ଣ ଚୋରି କରିଛନ୍ତି? ହଁ ମୋଦି ୧୩୦ କୋଟି ଦେଶବାସୀଙ୍କ ହୃଦୟ ଚୋରି କରିଛନ୍ତି ବୋଲି ସେ କହିଛନ୍ତି । କଂଗ୍ରେସ ସରକାର ଯେବେ ଶାସନ କ୍ଷମତାକୁ ଆସିଛି ରାଜ୍ୟକୁ ଅବହେଳା କରିଛି ।
କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କରିଦେଲେ ବୋଲି ରାହୁଲ ମିଛରେ ପ୍ରଚାର କରୁଛନ୍ତି । କିନ୍ତୁ ସତ ହେଉଛି, କେବିକେ ଯୋଜନାକୁ ତତ୍କାଳୀନ କଂଗ୍ରେସ ସରକାର ବନ୍ଦ କରି ଦେଇଥିଲେ । ଯେବେ ଓଡ଼ିଶାର ଲୋକପ୍ରତିନିଧିମାନେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦେଖା କରିବାକୁ ଗଲେ ସେ କହିଥିଲେ, ଟଙ୍କା କ’ଣ ଗଛରେ ଫଳେ? ଦେଶର ସୁରକ୍ଷା ବ୍ୟବସ୍ଥା ସହ ସାଲିସ୍‌ କରିବାରେ କଂଗ୍ରେସ ଓ ବିଜେଡି ଏକାଠି ହୋଇଛନ୍ତି । ଉଭୟ ଦେଶ ସ୍ୱାର୍ଥର ବିରୋଧୀ । ଓଡ଼ିଶାରେ ଯିଏ କଂଗ୍ରେସର ମଙ୍ଗ ଧରିଛନ୍ତି ସବୁ ଖଣିଖାଦାନ ତାଙ୍କ ପରିବାର ନାଁରେ ଅଛି । ସେ ଜଣେ ଅଭ୍ୟାସଗତ ଲାଞ୍ଚୁଆ ବୋଲି କୋର୍ଟ କହିବା ସହ ଭତ୍ସନା କରିଥିଲେ । ହେଲେ ରାହୁଲ ରିମୋଟ୍‌ କାହା ପାଖରେ ଅଛି ବୋଲି ଅଭିଯୋଗ କରୁଛନ୍ତି । ଏହା ଲୋକଙ୍କୁ ଭୁଆଁ ବୁଲାଇବା ସହ ଆଉ କିଛି ନୁହେଁ ବୋଲି ଧର୍ମେନ୍ଦ୍ର କହିଥିଲେ ।
ଏହି କାର୍ଯ୍ୟକ୍ରରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ସମୀର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର