PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ରିଲିଜ ହେଲା ‘ଭାରତ’ର ଦମଦାର ଟ୍ରେଲର, ଟ୍ରେଲର ଦେଖିବା ପରେ ଭାଇଜାନଙ୍କୁ ପ୍ରଶଂସା କଲେ କିଙ୍ଗଖାନ୍

ମୁମ୍ବାଇ ୨୨/୪: ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ ହୋଇସାରିଛି । ଟ୍ରେଲରରେ ଭାଇଜାନଙ୍କ ବ୍ଯତୀତ କ୍ଯାଟ୍ରିନା, ଦିଶା ପଟାନି, ତବ୍ବୁ, ସୁନିଲ ଗ୍ରୋବର ମଧ୍ଯ ମୁଖ୍ଯ ଭୂମିକାରେ ନଜର ଆସିବେ । ତେବେ ସଲମାନଙ୍କ ଏହି ଫିଲ୍ମ କୋରିୟନ ମୁଭି ‘ଓଡ୍ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ୍ । ଏହି ଫିଲ୍ମକୁ ଅବ୍ବାସ ଜଫର ନିର୍ଦ୍ଦେଶନା ଦେଇଛନ୍ତି । ଟ୍ରେଲରରେ କେବଳ ଭାଇଜାନଙ୍କ ଦମଦାର ଲୁକ୍ ଓ ଭିନ୍ନ ଚରିତ୍ର ନଜର ଆସୁଛି । ଟ୍ରେଲର ଦେଖିବା ପରେ ବଲିଉଡ କିଙ୍ଗ ଶାହାରୁଖ ଖାନ୍ ମଧ୍ଯ ଭାଇଜାନଙ୍କୁ ପ୍ରଶଂସା କରିଛନ୍ତି ।

ଟ୍ରେଲରରେ ପୁଣି ସଲମାନ୍ ଓ କ୍ଯାଟ୍ରିନାଙ୍କ ମଧ୍ଯରେ କେମେଷ୍ଟ୍ରି ଦେଖାଯାଇଛି । ସଲମାନଙ୍କ ଏହି ଫିଲ୍ମରେ ରୋମାଞ୍ଚ, ଦେଶପ୍ରେମ, କମେଡି ସହିତ ଆକ୍ସନ, ରୋମାନ୍ସରେ ଭରପୁର ଭଳି ଲାଗୁଛି । ଦେଖନ୍ତୁ ଟ୍ରେଲର…

ଭାରତକୁ ନେଇ ସଲମାନ ଖାନଙ୍କ ବ୍ୟତୀତ ଅନ୍ୟ କଳାକାରମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ସଲମାନ ଖାନ୍ ଏହି ଫିଲ୍ମରେ ପ୍ରଥମ ଥର ଦିଶା ପଟାନୀଙ୍କ ସହିତ ପରଦାରେ ଦେଖାଯିବେ । ତେବେ ଫିଲ୍ମଟି ଚଳିତ ବର୍ଷ ଇଦରେ ରିଲିଜ ହେବ ।