ଗଞ୍ଜେଇ ରଖିବା ଅଭିଯୋଗରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ,୨୧/ ୧୧: ଗିରଫ ହେଲେ ଛୋଟ ପରଦାର ଚର୍ଚ୍ଚିତ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ। ଶନିବାର ସନ୍ଧ୍ୟାରେ ଡ୍ରଗ୍ସ ଲିଙ୍କ ମାମଲାରେ ଭାରତୀଙ୍କୁ ଏନସିବି ଗିରଫ କରିଛି। ମୁମ୍ବାଇସ୍ଥିତ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ ହୋଇଛି। ଅନ୍ୟପଟେ ଭାରତୀଙ୍କ ସ୍ବାମୀଙ୍କୁ ପଚରାଉଚରା କରୁଛି ଏନିସିବି।

ଆଜି ସକାଳୁ ଏନସିବି ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂଙ୍କ ଘରେ ଚଢ଼ାଉ କରିଥିଲା। ଏହି ମାମଲାରେ ଅଧିକ ବିବରଣୀ ସାମ୍ନାକୁ ଆସି ନାହିଁ। ତେବେ ଏନ୍‌ସିବି ଦ୍ବାରା ଅନେକ କଳାକାରଙ୍କୁ ଡ୍ରଗ୍ସ ମାମଲାରେ ଟାର୍ଗେଟ କରାଯାଇଛି। ନିକଟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ପଚରାଉଚରା କରି ତାଙ୍କ ଘରେ ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ ଯେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ ଉପରେ ଚଢ଼ାଉ କରିଛି। ଏଜେନ୍ସି ଦ୍ବାରା ଅନ୍ଧେରି, ଲୋଖଣ୍ଡୱାଲା ଏବଂ ଭର୍ସୋଭା ଅଞ୍ଚଳ ସହିତ ତିନୋଟି ଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଯାଞ୍ଚ ଏଜେନ୍ସି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ୍‌ ଆସିବା ପରେ ଏନସିବି କ୍ରମାଗତ ଭାବେ ଆକ୍ରମଣ କରୁଛି। ଡ୍ରଗ୍ସ ମାମଲାରେ ଏନସିବିର ବଲିଉଡ କଳାକାରଙ୍କୁ ଟାର୍ଗେଟରେ ରଖିଛି। କିଛି ଦିନ ପୂର୍ବରୁ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲ ଛନ୍ଦି ହୋଇଥିଲେ। ଏନସିବି କାର୍ଯ୍ୟାଳୟରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ୍‌-ଇନ୍ ପାର୍ଟନର ଗାବ୍ରିଏଲା ଡେମେଟ୍ରିଏଡସ୍‌ଙ୍କୁ ଦୁଇ ଦିନ ଧରି ପଚରାଉଚରା କରାଯାଇଥିଲା। ଅର୍ଜୁନ ରାମପାଲଙ୍କ ବନ୍ଧୁ ପଲ୍ ବାର୍ଟେଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରୁ ବାର୍ଟେଲଙ୍କୁ ନଭେମ୍ବର ୨୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ