ବିଜେପି ପାଇଁ ଅଶୁଭ ପାଲଟିଲା ଅଗଷ୍ଟ ମାସ, ଜେଟଲୀଙ୍କ ସହ ବର୍ଷକରେ ଦଳ ହରାଇଲା ଏହି ୪ ତାରକା ରାଜନେତାଙ୍କୁ

ନୂଆଦିଲ୍ଲୀ,୨୪।୮: ବିଜେପି ପାଇଁ ଅଶୁଭ ମାସ ପାଲଟିଛି ଅଗଷ୍ଟ ମାସ। ପ୍ରଥମେ ଅଟଳ ବିହାରୀ ବାଜପେୟୀ, ପରେ ମନୋହର ପାରିକର, ଏହାପରେ ସୁଷମା ସ୍ବରାଜ ଓ ଏବେ ଅରୁଣ ଜେଟଲିଙ୍କର ହୋଇଛି ପରଲୋକ। ଗତ ବର୍ଷ ୨୦୧୮ ଅଗଷ୍ଟରୁ ନେଇ ଚଳିତ ବର୍ଷ ଅଗଷ୍ଟ ମାସ ଭିତରେ ବିଜେପି ନିଜର ୪ ଜଣ ବରିଷ୍ଠ ନେତା ତଥା ଦଳର ତାରକା ରାଜନେତାଙ୍କୁ ହରାଇଛି। ଏହା ଦଳ ପାଇଁ ବହୁତ ବଡ କ୍ଷତି ବୋଲି କୁହାଯାଇପାରେ। କାରଣ ଏତେ କମ୍ ସମୟ ବ୍ୟବଧ୍ୟାନରେ ଦଳ ନିଜର ଦକ୍ଷ ଏବଂ ଶକ୍ତିଶାଳୀ ନେତାଙ୍କୁ ହରାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ ବର୍ଷ ୧୬ ଅଗଷ୍ଟ ୨୦୧୮ରେ ତାଙ୍କର ପରଲୋକ ହୋଇଥିଲା। କ୍ୟାନସରରେ ପୀଡିତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଓ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚଳିତ ବର୍ଷ ୧୭ ମାର୍ଚ୍ଚରେ ପରଲୋକ ହୋଇଥିଲା। ୬ ଅଗଷ୍ଟ ୨୦୧୯ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ଆମ ଭିତରେ ନାହାନ୍ତି ଓ  ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଆଜି ପରଲୋକ ପରେ ଦଳ ଭିତରେ ଶୋକର ଛାୟା ଖେଳି ଯାଇଛି।

ଏହି ନେତାମାନେ ଭାରତୀୟ ଜନତା ପାର୍ଟିକୁ ମଜବୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେଭଳି ଚଳିତ ବର୍ଷ ବିଜେପିର ବରିଷ୍ଠ ନେତା ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କର ମଧ୍ୟ ପରଲୋକ ହୋଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରି​‌ଷ୍ଠ ବିଜେପି ନେତା ବାବୁଲାଲ ଗୋରଙ୍କ ମଧ୍ୟ ଚଳିତ ମାସରେ ମଧ୍ୟ ପରଲୋକ ହୋଇଛି।

   ସମ୍ବନ୍ଧିତ ଖବର


ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ