ଡ୍ରଗ୍ସ ମାମଲାରେ ଜାମିନ୍‌ ମିଳିବା ପରେ ଭାରତୀ ସିଂଙ୍କ ପ୍ରଥମ ପୋଷ୍ଟ, ପୁଣି ଫ୍ୟାନ୍ସଙ୍କ ପାଇଁ ଆଣିଲେ ଖୁସି ଖବର…

ମୁମ୍ବାଇ ୨୮।୧୧ : କମେଡିଆନ୍‌ ଭାରତୀ ସିଂହଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା। କେବଳ ଭାରତୀ ନୁହେଁ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି। ଏହି ମାମଲାରେ ଉଭୟ ଭାରତୀ ଏବଂ ହର୍ଷଙ୍କୁ ଜାମିନ୍‌ ମିଳିସାରିଛି। କିନ୍ତୁ ଏନିସିବି ତରଫରୁ ଜେରା ଜାରି ରହିଛି।

ନିକଟରେ ଏନସିବି ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀଙ୍କୁ ଡ୍ରଗ୍ସ ସପ୍ଲାଇ କରୁଥିବା ଡ୍ରଗ୍ ବେପାରୀଙ୍କୁ ଗିରଫ କରିଥିଲା। କୁହାଯାଉଛି କି , ମୁମ୍ୱାଇର ବାନ୍ଦ୍ରା କୋର୍ଟ ଜଙ୍କସନରୁ ବୁଧବାର ବିଳମ୍ୱିତ ରାତିରେ ସୁନିଲ ଗବାଇ ନାମକ ଜଣେ ଡ୍ରଗ୍ ସପ୍ଲାୟରଙ୍କୁ ଗିରଫ କରାଯାଇଛି । ତା ପାଖରୁ ୧.୨୫୦କିଲୋର ଡ୍ରଗ୍ସ ମଧ୍ୟ ମିଳିଛି । ଜେରା ବେଳେ ସୁନିଲ୍‌ କହିଛି କି ସେ ଡେଲିଭରୀ ବୟ ସାଜି ସବୁ କ୍ଲାଇଣ୍ଟଙ୍କୁ ଡ୍ରଗ୍ସ ସପ୍ଲାଇ କରୁଥିଲା ।

ବର୍ତ୍ତମାନ ଏହି କଥା ସତ ଯେ ମାମଲାର ତଦନ୍ତ ଜାରି ରହିଛି, କିନ୍ତୁ ଭାରତୀଙ୍କ ପାଇଁ ଜାମିନ ପାଇବା ଏକ ବଡ ଆଶ୍ବସ୍ତିର ବିଷୟ। ସେ ନିଜେ ଏହା ବୁଝିପାରିଛନ୍ତି, ଏଭଳି ପରିସ୍ଥିତିରେ ସେ ସୋସିଆଲ ମିଡିଆରେ ଏକ ଖାସ୍‌ ପୋଷ୍ଟ ସେୟାର କରିଛନ୍ତି।

ଭାରତୀଙ୍କୁ ଜାମିନ୍‌ ମିଳିବା ପରେ ଭାରତୀ ପ୍ରଥମେ ଭଗବାନ ଗଣପତିଙ୍କୁ ସ୍ମରଣ କରିଥିଲେ। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଗଣପତିଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଭଗବାନ ଗଣେଶଙ୍କର ଆରତୀ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ଚାଲିଛି । ଜାମିନ୍‌ ମିଳିବା ପରେ ଦୁହେଁ ବହୁତ ଖୁସି ଥିବାବେଳେ ଭାରତର କପିଲ ଶର୍ମା ସୋରେ ନିଜ କାମ ଜାରି ରଖିବେ ବୋଲି ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହର୍ଷଙ୍କ ନୂଆ ପ୍ରୋଜେକ୍ଟ ସାମ୍ନାକୁ ଆସିନାହିଁ। ତେବେ ଅନୁମାନ କରାଯାଉଥିଲା କି, ଏହି ବିବାଦ ପରେ ଭାରତୀ କପିଲ ଶର୍ମା ସୋରେ ଆଉ ଅଂଶ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏବେ ଲାଗୁଛି କି ସେମିତି କିଛି ହେବନାହିଁ, ଭାରତୀ ଏବେ ବି ସେହି ସୋରେ ଆସିବେ।