PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଭାରତୀ ଓ ହର୍ଷଙ୍କ ଜାମିନକୁ ନେଇ ଏନ୍‌ସିବି ଖପ୍ପା : କହିଲା- ‘ହାଇ ପ୍ରୋଫାଇଲ୍ ଅଭିଯୁକ୍ତମାନେ ସହଜରେ ଖସି ଯାଆନ୍ତି’

ନୂଆଦିଲ୍ଲୀ ୨୫/୦୯: ହାସ୍ୟ ଅଭିନେତ୍ରୀ ଭାରତୀ ସଂ ଓ ହର୍ଷ ଲିମ୍ବାଚିୟାଙ୍କ ଜାମିନରେ ଆଦୌ ଖୁସି ନୁହଁନ୍ତି ଏନ୍‌ସିବି। ଗତବର୍ଷ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହି ଡ୍ରଗ୍ସ ମାମଲାରେ ଅନେକ ବଡ ବଡ ସେଲେବ୍ରିଟିଙ୍କ ନାଁ ମଧ୍ୟ ପଦାକୁ ଆସିଥିଲା। ଏଥିରେ କମେଡି କୁଇନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ନାଁ ମଧ୍ୟ ସାମିଲ ଥିଲେ। ଗତବର୍ଷ ନଭେମ୍ବର ୨୧ରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା। ଏନସିବି ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା। ଏହି ଚଢାଉ ପରେ ଡ୍ରଗ୍ସ ସେବନ ତଥା ବ୍ୟବହାର ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉଭୟଙ୍କୁ ଗିରଫ କରିଥିଲା। ଭାରତୀ ଏବଂ ହର୍ଷଙ୍କୁ କିଛି ଦିନ ପରେ କୋର୍ଟରୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଏହି ଜାମିନରେ ଏନସିବି ଆଦୌ ଖୁସି ନୁହଁନ୍ତି ବୋଲି କହିଛନ୍ତି। ନିକଟରେ ହୋଇଥିବା ଏକ ମାମଲାରେ ଏନସିବି ମୁମ୍ବାଇର ଏକ ଅଧିବେଶନ କୋର୍ଟରେ ତାହାର ଅସନ୍ତୋଷ ପ୍ରକାଶ କରିଛି।

ଅଧିବେଶନ କୋର୍ଟରେ ଏନସିବି ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଭାରତୀ ସିଂ ଏବଂ ହର୍ଷଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ସମାଜ ପାଇଁ ବିପଦପୂର୍ଣ୍ଣ ସଙ୍କେତ ଅଟେ। ଏହା ଦର୍ଶାଏ ଯେ ହାଇ ପ୍ରୋଫାଇଲ୍ ଅଭିଯୁକ୍ତମାନେ ସହଜରେ ଖସି ଯାଆନ୍ତି। ଏନସିବି ଏହା କୋର୍ଟଙ୍କୁ ସେତେବେଳେ କହିଛି ଯେତେବେଳେ ଡ୍ରଗ୍ସ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନେଇ କୋର୍ଟରେ ଶୁଣାଣିପାଇଁ ପହଞ୍ଚିଥିଲେ।

ଗତ ବର୍ଷ ନଭେମ୍ବର ୨୧ ରେ, ଏନସିବି ଭାରତୀ ଏବଂ ହର୍ଷଙ୍କ ଆନ୍ଧେରି ସ୍ଥିତ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଭାରତୀ ଏବଂ ହର୍ଷ ସ୍ୱୀକାର କରିଛନ୍ତି ଯେ ଦୁହେଁ ଗଞ୍ଜେଇ ନିଅନ୍ତି। ଏହା ପରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି ଗିରଫ କରିଥିଲା। ତେବେ ପରଦିନ ଅର୍ଥାତ୍ ନଭେମ୍ବର ୨୨ ରେ ଭାରତୀ ଏବଂ ହର୍ଷଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। କୋର୍ଟରେ ଏନସିବି ଦ୍ୱାରା ହର୍ଷ ଏବଂ ଭାରତୀ ସିଂଙ୍କ ବିରୋଧରେ କୌଣସି ପ୍ରମାଣ ଦାଖଲ ହୋଇ ନ ଥିବାରୁ ମାଜିଷ୍ଟ୍ରେଟ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ପ୍ରତ୍ୟେକ ୧୫,୦୦୦ ଟଙ୍କା ଜମା କରିବା ପରେ ଭାରତୀ ଏବଂ ହର୍ଷଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।