ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି

ମୁମ୍ୱାଇ – ଲୋକପ୍ରିୟ କମେଡିଆନ ଭାରତୀ ସିଂହଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଭାରତୀ ଓ ତାଙ୍କର ସ୍ୱାମୀ ହର୍ଷ ଲିମ୍ୱାଚିଆଙ୍କ ଉପରେ ଏନ୍‌ସିବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତୀ ଓ ହର୍ଷଙ୍କୁ ମୁମ୍ୱାଇର କିଲା କୋର୍ଟ ଡ୍ରଗ୍ସ ମାମଲାରେ ନ୍ୟାୟିକ ହେପାଜତରେ ରଖିବାକୁ ନିଷ୍ପତ୍ତି ଶୁଣାଇଛି । ସେପଟେ ଭାରତୀ ଓ ହର୍ଷ କୋର୍ଟରେ ନିଜର ଜାମିନ୍‌ ପାଇଁ ଆବେଦନ କରିଛନ୍ତି । ଏହାର ଶୁଣାଣି ସୋମବାର ହେବ ।ଜଣେ ଥିଲେ ଲେଖକ ଜଣେ ଥିଲେ ପ୍ରତିଯୋଗୀ…ଏମିତି ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ କାହାଣୀ…

ଭାରତୀ ସିଂହ ଓ ତାଙ୍କର ସ୍ୱାମୀ  ହର୍ଷ ଲିମ୍ୱାଚିଆଙ୍କୁ ୪ ଡିସେମ୍ୱର ଯାଏ ନ୍ୟାୟିକ ହେପାଜତ ପଠାଯାଇଛି ।  ଭାରତୀ ସିଂହଙ୍କୁ କଲ୍ୟାଣ ଜେଲ୍‌କୁ ସିଫ୍ଟ କରାଯିବ । ଆଉ ହର୍ଷଙ୍କୁ ଟଲୋଜା ଜେଲକୁ ନିଆଯିବ । ଏହା ଏକ ଡ୍ରଗ୍ସ ସେବନର ମାମଲା , ଏଥିପାଇଁ  ଜାମିନ୍‌ ପିଟିସନ କିଲା କୋର୍ଟରେ ହିଁ ଦାଖଲ ହେବ । ଏବେ ଉଭୟଙ୍କର ଆବେଦନ ଉପରେ ଶୁଣାଣି ସୋମବାରକୁ ହେବ , ଏହା ପରେ ଜଣାପଡିବ କି ଭାରତୀ ସିଂହଙ୍କୁ ଆଗକୁ ମୁକ୍ତି ମିଳିବ ନା ନାହିଁ ।ଗିରଫଦାରୀ ପରେ ଜୋରଦାର ଭାଇରାଲ୍ ହେଉଛି ଭାରତୀଙ୍କ ଟୁଇଟ୍, ୟୁଜର୍ସ କହିଲେ- ଗଞ୍ଜେଇ ଟାଣି କରିଥିଲ କି ?

ସୂଚନା ଯେ,  ଶନିବାର (୨୧ ନଭେମ୍ୱର)କୁ ମୁମ୍ୱାଇରେ ଭାରତୀଙ୍କ ଘରେ ଏନ୍‌ସିବି ଚଢ଼ଉ କରିଥିଲା । ଏହି ସମୟରେ ସେଠାରୁ ଗଞ୍ଜେଇ ଉଦ୍ଧାର ହୋଇଥିଲା । ଜେରା ବେଳେ ଭାରତୀ ସିଂହ ରାଜି ହୋଇଥିଲେ କି ସେ ଡ୍ରଗ୍ସ ନେଇଥିଲେ । ପାଖାପାଖି ୬ଘଣ୍ଟାର ଜେରା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା ।  ଏହାପରେ  ବିଳମ୍ୱିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?