PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ପାଡୁଆ ଅଞ୍ଚଳରୁ ଦିଲ୍ଲୀ ଗଞ୍ଜେଇ ଚୋରା ଚାଲାଣ ବେଳେ ଏକ ମହିନ୍ଦ୍ରା କାରରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ମାଫିଆ ଗିରଫ
  • ||
  • ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ
  • ||
  • ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ
  • ||
  • କଟକ:ଗ୍ୟାଙ୍ଗଷ୍ଟାର ହାଇଦର କରୋନା ପଜିଟିଭ, ଚୌଦ୍ୱାର ଜେଲ୍ ସ୍ୱତନ୍ତ୍ର ଆଇସୋଲେନ୍ ଚାଲିଛି ଚିକିତ୍ସା
  • ||
  • ଓଡ଼ିଶା: ଆଜିଠୁ ନାଇଟ୍‌ କର୍ଫ୍ୟୁ, ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଶନି-ରବି ସଟ୍‌ଡାଉନ
  • ||

ସିବିଆଇ ଏବେ ରାଜନୈତିକ ଅସ୍ତ୍ର: ଭର୍ତ୍ତୃହରି

source:http://www.pragativadi.com

ଭୁବନେଶ୍ୱର,୪ ।୨(ବ୍ୟୁରୋ): ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ମୁହାଁମୁହିଁ ହୋଇଥିଲା ବେଳେ ଏ ପ୍ରସଙ୍ଗରେ ସଂସଦ ସୋମବାର କମ୍ପିଥିଲା । ସଂସଦରେ ବିଜେଡି ସାଂସଦ ଏନେଇ କେନ୍ଦ୍ରକୁ ପରୋକ୍ଷରେ ସମାଲୋଚନା କରିଛନ୍ତି । ଭର୍ତ୍ତୃହରି ଆଲୋଚନାରେ ଅଂଶଗ୍ରହଣ କରି କହିଲେ,ସିବିଆଇ ଏବେ ରାଜନୈତିକ ଅସ୍ତ୍ର ପାଲଟିଛି । ସିବିଆଇର ବିଶ୍ୱସନୀୟତା ସଂକଟ ଦେଖାଦେଇଛି । କୋଲକତାରେ ଯେଉଁ ଘଟଣା ଘଟିଲା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମଧ୍ୟ ହୋଇଥିଲା । ବିଜେଡି ମୁଖ୍ୟଙ୍କୁ ବଦନାମ କରିବାକୁ ସିବିଆଇ ରାଜନନେତିକ ଚାପରେ କାମ କରିଥିଲା । ଏପରିକି ଜଣେ ଜଜଙ୍କ ଘରେ ସିବିଆଇ ପଶିବା ଭଳି ଅଦ୍ଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା । ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ପେସାଦାରୀ ମନୋଭାବ ଦେଖିବାକୁ ମିଳୁନି ।
ଶ୍ରୀ ମହତାବ କହିଲେ,ସିବିଆଇ ତଦନ୍ତରେ କାହାର ଆପତ୍ତି ନାହିଁ । କିନ୍ତୁ ଜଣେ କମିଶନରଙ୍କ ଘରେ ଯେଉଁ ଢଙ୍ଗରେ ସିବିଆଇଣ ୪୦ ଜଣ ଅଧିକାରୀ ପଶିଲେ ତାହା ଗ୍ରହଣୀୟ ନୁହେଁ । ସିବିଆଇର ନିରପେକ୍ଷତା ଓ ସ୍ୱଛତା ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଠିକ୍‌ ନୁହେଁ । କେନ୍ଦ୍ର ଏ ମାମଲାରେ ହସ୍ତକ୍ଷେପ କରିବାକୁ ଭର୍ତ୍ତୃହରି ଦାବି କରିଛନ୍ତି ।
ଭୁବନେଶ୍ୱରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସିବିଆଇ ଭଳି ସଂସ୍ଥାର ବିଶ୍ୱସନୀୟତା ସବୁଠାରୁ ଉଧ୍ୱର୍ରେ । ନିର୍ବାଚନ ପୂର୍ବରୁ ସିବିଆଇ ଓଡ଼ିଶାରେ ଯେଉଁଭଳି ଭାବରେ ଅଣପେସାଦାରଭାବେ କାମ କରୁଛି,ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପଛରେ ରାଜନୈତିକ ଚାପ ରହୁଥିବା ସ୍ପଷ୍ଟ ହେଉଛି । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାରଏଭଳି ମନୋଭାବ ଆଦୌ ଗ୍ରହଣୀୟ ନୁହେଁ ।