PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

୧୦୦ ଏକର ଜମି, ବଞ୍ଚିବାକୁ ରାହା ନାହିଁ; ମୃତ୍ୟୁ ଭୟରେ ଘର ଛାଡ଼ିଲେ ଭଗବାନ

ପୁରୀ: ୫ ପୁଅ । ପୁଅମାନଙ୍କୁ ଭରସା ଥିଲା । କିନ୍ତୁ ପୁଅମାନେ ଗାଳିଗୁଲଜ କରୁଛନ୍ତି । ଗୋଡ଼ ଧରିଲେ ଗୋଡ଼ ଛିଞ୍ଚାଡ଼ି ଦେଲେ । ଜଣେ ପୁଅ ବାଡ଼ିଆବାଡ଼ି କରୁଛି । ଇଶ୍ୱରଙ୍କ ଛଡ଼ା ସଂସାରରେ ମୋର ଆଉ କେହି ନାହିଁ । ସେହି ଠାକୁରେ ହିଁ ସାହା ଭରସା । ତୁମରି ପାଖକୁ ଯାଉଛି । ପୁଅ-ଝିଅ ମୋର କେହି ନାହାନ୍ତି । ମୋର ବାପା-ମା ତୁମେ ସବୁ । ଦର୍ଶନ ଦେବ ଠାକୁରେ । ଗୁରୁବାର ରାତି ଅଧରେ ପୁରୀ-ଭୁବନେଶ୍ୱର ରାଜପଥରେ ଏକୁଟିଆ କାନ୍ଦି କାନ୍ଦି ପୁରୀ ଅଭିମୁଖେ ଚାଲି ଚାଲି ଆସୁଥିବା ଭଗବାନ ସାହୁଙ୍କ ଏହି ଉକ୍ତି ଥିଲା ହୃଦୟବିଦାରକ ।

୫ ପୁଅ, ଜଣେ ଝିଅ । ସମସ୍ତେ ଘର ସଂସାର କରି ଭଲରେ ଅଛନ୍ତି । ପତ୍ନୀ ମଧ୍ୟ ଅଛନ୍ତି । ପ୍ରାୟ ୩୦୦ ଏକର ଜମିର ଅଂଶୀଦାର ଭଗବାନ । ହେଲେ ବଞ୍ଚିବାକୁ ରାହା ନାହିଁ । ପୁଅମାନଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି କାଳିଆ ପାଖକୁ ଚାଲି ଆସିଥିଲେ । ଭଗବାନଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଦେଉଳିପାଟଣା । ବୟସ ୯୦କୁ ଦୁଇ କମ୍‌ । ଆଖିକୁ ଭଲଭାବେ ଦିଶୁନି । ଚାଲିବାକୁ ମଧ୍ୟ ବଳ ନାହିଁ । ତଥାପି ଉଠି ବସି ରାସ୍ତା ପାର ହେଉଥାନ୍ତି । ଚନ୍ଦନପୁର ଠାରେ ସ୍ୱେଚ୍ଛାସେବୀ ଓ ଟୁରିଷ୍ଟ ପୁଲିସ ପଚରାଉଚରା କରିବା ପରେ ବୀରପ୍ରତାପପୁରସ୍ଥିତ ନୀଳାଦ୍ରି ନିଳୟରେ ଭଗବାନଙ୍କୁ ଥଇଥାନ କରିଛନ୍ତି । ଜୀବନ ଯିବା ଭୟରେ ଗୁରୁବାର ସକାଳୁ ଘର ଛାଡ଼ିଥିଲେ ଭଗବାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଭଡ଼ା ଘରେ ପୁଅ ପାଖରେ ଥିଲେ । ବ୍ୟାଙ୍କ ଯାଉଛି କହି ପକେଟରେ ପାସ୍‌ ବୁକ ପୂରାଇ ଥିଲେ ।

ଷ୍ଟେସନରେ ପହଞ୍ଚି ପ୍ଲାଟ୍‌ଫର୍ମ ଶେଷରେ ଅପେକ୍ଷା କରିଥିଲେ ଟ୍ରେନ୍‌ ଆସିବାକୁ । ସେଠାରେ ବୃଦ୍ଧଙ୍କୁ ରେଳବାଇ କର୍ମଚାରୀ ଘଟଣା କଣ ପଚାରିଥିଲେ । ବନ୍ଧୁଙ୍କୁ ଦେଖା ହେବି କହି ସେମାନଙ୍କୁ ଭୁତାଇ ଦେଇଥିଲେ ଭଗବାନ । କିଛି ସମୟ ପରେ ପୁରୀର କୁଶ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ଠାରୁ ସବୁ ଶୁଣିବା ପରେ ଆତ୍ମହତ୍ୟା କରିବାରୁ ନିବୃତ କରି ସାଙ୍ଗରେ ଘେନି ଆସିଥିଲେ । ପୁରୀ ଆସିବା ରାସ୍ତାରେ ପିପିଲି ପାଖାପାଖି ଏକ ଦୋକାନରେ ଭଗବାନଙ୍କୁ ବସାଇ ଫେରିବାର ଆଶ୍ୱସନା ଦେଇ କୁଶ ଚନ୍ଦ୍ର ଚାଲି ଯାଇଥିଲେ ।

ଇତି ମଧ୍ୟରେ ଫେସବୁକ୍‌ରୁ ସୂଚନା ପାଇ ସତ୍ୟବାଦୀର ଯୁବ ସ୍ୱେଚ୍ଛାସେବୀ ସନ୍ଦୀପ ମହାପାତ୍ରଙ୍କୁ ଖବର ଦେଇଥିଲେ କୁଶ । ଏପଟେ କାଳିଆକୁ ଆଶ୍ରା କରି ରାଜପଥରେ ଚାଲି ଚାଲି ଆଗେଇ ଥିଲେ ଭଗବାନ । ବେଶ କିଛି ବାଟ ଚାଲିବା ପରେ ସନ୍ଦୀପ ତାଙ୍କୁ ଚନ୍ଦନପୁର ନିକଟରେ ପାଇଥିଲେ । ଟୁରିଷ୍ଟ ପୁଲିସ ଓ କୁଶ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେହି ରାତିରେ ହିଁ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଥିଲା । ବର୍ତ୍ତମାନର ଆଶ୍ରୟସ୍ଥଳୀରେ ସେ ବେଶ୍‌ ଖୁସିରେ ଥିବା କହିଛନ୍ତି ।