PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଡେଣ୍ଟାଲ୍‌ ସାଇନ୍ସ ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ଭିବ୍‌ଗିୟୋର୍‌-୨୦୧୯’ ପାଳିତ

ଭୁବନେଶ୍ୱର,୩୧ ।୩(ବ୍ୟୁରୋ): ବିଜ୍ଞାନ ସହିତ କୌଶଳ ଶିକ୍ଷା କରିବା ଜରୁରୀ । ତେବେ କୌଣସି ଶିକ୍ଷାନୁଷ୍ଠାନ ଭଲ ମଣିଷଟିଏ ତିଆରି ନ କରିପାରିଲେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ହେବନାହିଁ ବୋଲି ଇନଷ୍ଟିଚ୍ଯୁଟ୍ ଅଫ ମେଡିକାଲ୍‌ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ଡ. ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତଗର୍ତ ଇନଷ୍ଟଚ୍ୟୁଟ୍ ଅଫ୍‌ ଡେଣ୍ଟାଲ୍‌ ସାଇନସେସର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଭିବଗିୟର-୨୦୧୯’ ଶୁକବ୍ରାର ଓ ଶନିବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ସାମନ୍ତସିଂହାର କହିଛନ୍ତି, ଭାରତରେ ଉଚ୍ଚଶିକ୍ଷା କେନ୍ଦ୍ରର ଉତ୍ପତି ଓଡିଶାରୁ ହିଁ ଆରମ୍ଭ ହୋଇଛି । ଯାହା ବିଭିନ୍ନ ସମୟରେ ଗବେଷକଙ୍କ ଗବେଷଣାରୁ ଜଣାପଡିଛି । ଯାଜପୁର ଜିଲ୍ଲାରେ ପୁଷ୍ପଗିରି, ଲଳିତଗିରି ଓ ଉଦୟଗିରିିରେ ଥିବା ପ୍ରାଚୀନ ମଠ ଓ ଆଶ୍ରମଗୁଡିକରୁ ଏହା ଜାଣିବାକୁ ମିଳିଛି । ଚୀନ୍ ଓ ଶ୍ରୀଲଙ୍କାର ଛାତ୍ରଛାତ୍ରୀମାନେ ଏହି ସବୁ ପୁରାତନ ଅନୁଷ୍ଠାନଗୁଡିକରେ ଶିକ୍ଷା ଲାଭ କରିଥିବା ସେ କହିଛନ୍ତି ।

ଦୁଇ ଦିନିଆ ଏହି ବାଷିର୍କ ଉତ୍ସବ ଅବସରରେ ଷ୍ଟାରନାଇଟର ଆୟୋଜନ କରାଯାଇଥିଲା । ଏହି ଷ୍ଟାରନାଇଟ୍‌ରେ ପୂର୍ବତନ ମୁଖ୍ୟ ଶାସନ ସଚବି ବିଜୟ ପଟ୍ଟନାୟକ ଓ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଯୋଗ ଦେଇଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆଇଡିଏସ୍‌ ଡିନ୍ ପ୍ରଫେସର ନୀତା ମହାନ୍ତି ଅଧ୍ୟକ୍ଷତା କରିଥିଲେ । ନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଏବଂ କୁଶଳୀ କଳା ଆଦି ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର