୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

ରାଜନଗର,୨୭/୧୧: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ୧୦ ଦିନ ବନ୍ଦ ରହିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା । ଭିତରକନିକା ବନ୍ୟଜୀବ ଅଭୟାରଣ୍ୟ, ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳ ଓ ଜଙ୍ଗଲ ଅଞ୍ଚଳରେ କୁମ୍ଭୀର ଗଣନା କରାଯିବ ।

ଏଥିପାଇଁ ୨୦୨୧ ଜାନୁଆରୀ ୫ରୁ ୧୪ ତାରିଖ ଯାଏଁ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଇଚ୍ଛୁକ ପର୍ଯ୍ୟଟକ ଓ ପରିଦର୍ଶକ ମାନେ ଭିତରକନିକାନ ଆସିବାକୁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଭିତରକନିକାରେ ୧୮ ଶହରୁ ଅଧିକ ବଉଳା କୁମ୍ଭୀର ରହିଛନ୍ତି । ପ୍ରତିବର୍ଷ ଏହି ସମୟରେ କୁମ୍ଭୀର ଗଣନାକରାଯାଇଥାଏ ।