ପ୍ରମୁଖ ଖବର
  • ଆସନ୍ତା ୨୦ରେ ପୁରୀ ରୋଡ଼ ସୋ କରିବେ ମୋଦି, ଅନୁଗୁଳ ଓ କଟକରେ କରିବେ ଜନସଭା
  • ||
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ଭୋଗରାଇରେ ମାମୁ-ଭଣଜା ଲଢ଼େଇ, କ’ଣ ହେବ ଅନନ୍ତଙ୍କ ଆଗାମୀ କାର୍ଯ୍ୟପନ୍ଥା?

ବାଲେଶ୍ୱର,୨୮/୦୪: ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣ କରିଛନ୍ତି । ଏହି ତାଲିକାରେ ଶ୍ରୀ ପଟ୍ଟନାୟକ ବହୁ ପ୍ରତୀକ୍ଷିକ ଭୋଗରାଇ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଘୋଷଣା କରିଛନ୍ତି । ଆରମ୍ଭରୁ ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ୱକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଶ୍ରୀ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ, ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ପୂର୍ବରୁ କଂଗ୍ରେସ ଅନ୍ୟତମ ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସମ୍ପର୍କରେ ଗୌତମବୁଦ୍ଧ ସତ୍ୟଶିବଙ୍କ ମାମୁ । ଏହି ସମ୍ପର୍କ ଅନୁଯାୟୀ ଏଥର ଭୋଗରାଇରେ ମାମୁ-ଭଣଜା ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । 

ବୟସାଧିକ କାରଣରୁ ୪ଥର ବିଧାୟକ ଅନନ୍ତ ଦାସଙ୍କୁ ଟିକଟ ମିଳୁନଥିବା ପୂର୍ବରୁ ସ୍ପଷ୍ଟ ହୋଇଯଇଥିଲା । ଶ୍ରୀ ଦାସଙ୍କ ସ୍ଥାନରେ ଦଳ କାହାକୁ ଟିକଟ ଦେବ³ ତା’କୁ ନେଇ କସରତ ଆରମ୍ଭ ହୋଇଥିଲା । ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଲମ୍ବିଥିଲା । ଶେଷରେ ସମସ୍ତଙ୍କୁ ପଛରେ ପକାଇ ଗୌତମବୁଦ୍ଧ ଟିକଟ ହାତେଇବାରେ ସଫଳ ହୋଇଥିଲେ । ଗୌତମ ଭୋଗରାଇର ପୂର୍ବତନ ବିଧାୟକ  (୧୯୫୭) ତଥା ସ୍ୱାଧୀନତା ସଂଗ୍ରାମୀ ଦୁର୍ଗାଶଙ୍କର ଦାସଙ୍କ ସୁପୁତ୍ର । ସେ ସାମ୍ବାଦିକ ସହ ଉଚ୍ଚଶିକ୍ଷିତ ଭାବେ ତାଙ୍କର ଏହି ନିର୍ବାଚନମଣ୍ଡଳୀରେ ମଧ୍ୟ ସୁନାମ ରହିଛି । ଏଭଳି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଟିକଟ ଦେଇଛି ।   

୧୯୯୦ ମସିହାରୁ ଭୋଗରାଇକୁ ଅଣକଂଗ୍ରେସ ଗଡ଼ ଭାବେ ବିବେଚନା କରାଯାଉଛି । ଶେଷଥର ପାଇଁ ୧୯୮୫ରେ କଂଗ୍ରେସ ଟିକଟରୁ ଉମାରଣୀ ପାତ୍ର ବିଧାୟିକା ହୋଇଥିଲେ । ଏହା ସତ୍ତେ୍ୱ ପ୍ରତ୍ୟେକ ନିର୍ବାଚନରେ କଂଗ୍ରେସ ବିପକ୍ଷ ଦଳକୁ କଡ଼ା ଟକ୍କର ଦେଇଆସୁଛି । ଏଥର କଂଗ୍ରେସ ସତ୍ୟଶିବଙ୍କୁ ଟିକଟ ଦେଇଛି । ସତ୍ୟଶିବ ୨୦୧୪, ୨୦୧୯ରେ ଦଳୀୟ ଟିକଟରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାଜୟକୁ ସାମ୍ନା କରିଥିଲେ । ଏହା ସତ୍ତେ୍ୱ ତାଙ୍କୁ ସମ୍ମାନଜନକ ଭୋଟ୍‌ ମଧ୍ୟ ମିଳିଥିଲା । ୨୦୧୪ରେ ସେ ୫୭,୨୪୯ ଖଣ୍ଡ, ୨୦୧୯ରେ ୫୯,୯୨୧ ଖଣ୍ଡ ଭୋଟ ପାଇଥିଲେ । ଏଥର ସେ ଭିନ୍ନ ସମୀକରଣ ନେଇ ନିର୍ବଚନ ମଇଦାନକୁ ଓହ୍ଲାଇଛନ୍ତି । ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରୁଛନ୍ତି । ଏଭଳି ସମୟରେ ଅନନ୍ତ ଦାସ ଟିକଟରୁ ବଞ୍ଚିତ ହେବା ଘଟଣା ତାଙ୍କ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି । ଏହା ସତ୍ତେ୍ୱ ବି ଏଥର ମାମୁ-ଭଣଜାଙ୍କ ମଧ୍ୟରେ କଡ଼ାକଡ଼ି ଟକ୍କର ହେବ । ଏହି ମାମୁ-ଭଣଜା ଲଢ଼େଇ ଭିତରେ ଅନନ୍ତଙ୍କ ଭୂମିକା ଏଥର ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ପାଲଟିବ । ବୟସାଧିକ କାରଣରୁ ଅନନ୍ତ ସିନା ନିର୍ବାଚନ ନ ଲଢ଼ିବା ନେଇ ରାଜି ହେଇଥିଲେ³ ମାତ୍ର ନିଜ ମଧ୍ୟମ ପୁତ୍ର ଅଭିଜିତଙ୍କୁ ପ୍ରାର୍ଥୀ କରିବାକୁ ନବୀନ ନିବାସରେ ଅନୁରୋଧ ରଖିଥିଲେ । ତେବେ ଶନିବାର ଘୋଷଣା ଅନନ୍ତଙ୍କୁ ନିଶ୍ଚିତ ନିରାଶ କରିଥିବ । ଏହି ନିର୍ବାଚନମଣ୍ଡଳୀରେ ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଆଗାମୀ ଦିନରେ ଅନନ୍ତ ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିବା ନେଇ ଆଶଙ୍କା ଉପୁଜୁଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଟିକଟ ଘୋଷଣା ପରେ ଅନନ୍ତଙ୍କ ସମର୍ଥକମାନେ ବିଜେପି ସହ ଆଲୋଚନା ଆରମ୍ଭ କରିଛନ୍ତି । ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ବିଜେପି ନେତାଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦିନେ ଦୁଇଦିନ ଭିତରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଶୁଣିବାକୁ ମିଳୁଛି । ଯଦି ଅନନ୍ତଙ୍କୁ ବିଜେପି ଗ୍ରହଣ ନ କରେ³ ତେବେ ତାଙ୍କ ସମର୍ଥକଙ୍କ ଭୋଟ କଂଗ୍ରେସ ଖାତାକୁ ଯାଇପାରେ । ଏହା ସତ୍ୟଶିବଙ୍କୁ ସହାୟ ହେବ ବୋଲି ଆଲୋଚନା ହେଉଛି । ତେବେ ଅନନ୍ତ ଆଗାମୀ ଦିନରେ କି ନିଷ୍ପତ୍ତି ନେଉଛନ୍ତି³ ତାହା ସମୟ ହିଁ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.