ଚା’ ବଗିଚାରେ ଭୂମିକା

ଭୁବନେଶ୍ବର ୩୦/୧୦: ଚକ୍ଷୁ ବନ୍ଧନ’ରେ ବାନ୍ଧି ହୋଇ ଓଲିଉଡ ନାୟିକା ଭୂମିକା ଏବେ କାଗଜଗୁଡ଼ି ହୋଇ ଆକାଶରେ ଉଡ଼ୁଛନ୍ତି। କିନ୍ତୁ ମନ ତାଙ୍କର ଚା’ ବଗିଚାରେ ବୁଲୁଛି। ସବୁଜ ବନାନୀ, ବଣପାହାଡ଼, ଝରଣା ଆଉ ବଡ଼ ବଡ଼ ଗଛ ଫାଙ୍କରେ ଭାସି ଆସୁଥିବା ସୂର୍ଯ୍ୟ କିରଣର ଛାଇକୁ ସେ ମନଭରି ଉପଭୋଗ କରୁଛନ୍ତି ।କିଛି ଦିନ ପାଇଁ ସେ ହଜିଯାଇଛନ୍ତି କେଉଁ ଏକ ଅଭୁଲା ରାଇଜରେ ।

ସୀମିତ ସମୟ ପାଇଁ ହେଲେ ବି ଏବେ ସେ ଚା’ ବଗିଚାର ରାଣୀ । ତାଙ୍କ ବେଶ ପରିପାଟ୍ଟୀ ସାଙ୍ଗକୁ ଚାହାଣୀ ତାଙ୍କୁ ପୂରା ମେଡ୍‌ ଇନ୍‌ ସିଆଡ଼ିକା କରିଦେଇଛି । ଯାହା ବି ହେଉ ସିନେମା ‘ଚକ୍ଷୁ ବନ୍ଧନ’ ପାଇଁ ଏହିଭଳି ଏକ ଲୋକେସନ୍‌ରେ ସୁଟିଂର ସୁଯୋଗ ପାଇ ସେ ଭାରି ଖୁସି।

ଏପଟେ ପୁଣି ଭାଗ୍ୟକୁ ଆଉ ଏକ ସିନେମା ‘ମନ ମୋର କାଗଜଗୁଡ଼ି’ ତାଙ୍କ ହାତ ମୁଠାରେ, ଯାହା ନଭେମ୍ବର ୧୩ରେ ଫ୍ଲୋର୍‌କୁ ଆସିବ । ସବୁଠୁ ବଡ଼ ମଜା କଥା ହେଲା, ‘ଚକ୍ଷୁ ବନ୍ଧନ’ରେ ତାଙ୍କ ନାୟକ ରାଜେଶ ଥିଲା ବେଳେ ‘ମନ ମୋର କାଗଜଗୁଡ଼ି’ରେ ରାକେଶ ରହିଛନ୍ତି । ତେଣୁ ଭୂମି ଟିକେ ଦ୍ୱନ୍ଦ୍ୱରେ ରହିଲା ଭଳି ଲାଗୁଛନ୍ତି ।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ