
ଭୋପାଳ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବୈଠକରେ କହିଛନ୍ତି ଯେ ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ନେଇ ସମାଜରେ ଯୁକ୍ତି ରହିବା ଆବଶ୍ୟକ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ସଜନ ସିଂ ବର୍ମା । ଏହି ପ୍ରସଙ୍ଗରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି । ବର୍ତ୍ତମାନ ଏହାକୁ ନେଇ ଏକ ବିବାଦ ଦେଖାଦେଇଛି । ସଜନ ସିଂ କହିଛନ୍ତି ଯେ ଡାକ୍ତରଙ୍କ ଅନୁଯାୟୀ ଯେତେବେଳେ ଝିଅମାନଙ୍କ ପାଖରେ ୧୫ ବର୍ଷରେ ପ୍ରଜନନ କରିବାର କ୍ଷମତା ରହୁଛି , ତେବେ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା କ’ଣ ? ଯେତେବେଳେ ବିବାହର ବୟସ ୧୮ ବର୍ଷରେ ସ୍ଥିର ହୋଇସାରିଛି, ତେବେ ଏହାକୁ ୧୮ ବର୍ଷ ହେବାକୁ କାହିଁକି ଦେବେ ନାହିଁ ।
ଏଠାରେ ସୂଚନା ଥାଉକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର କହିଛନ୍ତି ଯେ ଦେଶରେ ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସମାଜରେ ଏକ ବିତର୍କ ହେବା ଉଚିତ୍। ସେ କହିଛନ୍ତି, ‘ଅନେକ ଥର ମୁଁ ଅନୁଭବ କରେ ଯେ ସମାଜରେ ଏକ ବିତର୍କ ହେବା ଉଚିତ ଯେ ଝିଅମାନଙ୍କର ବିବାହ ବୟସ ୧୮ ହେବା ଉଚିତ କିମ୍ବା ଏହାକୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ । ମୁଁ ଏହାକୁ ଏକ ବିତର୍କର ବିଷୟ କରିବାକୁ ଚାହୁଁଛି । ରାଜ୍ୟ, ଦେଶ ଚିନ୍ତା କରନ୍ତୁ, ଯାହା ଦ୍ବାରା ଏହା ଉପରେ ନିଷ୍ପତ୍ତି ନିଆଯାଇପାରିବ ।
ଏଠାରେ ଏକ ରାଜ୍ୟ ସ୍ତରୀୟ ‘ସମ୍ନାନ ‘ ଅଭିଯାନ ଆରମ୍ଭ କରିବାବେଳେ ସେ ଏହା କହିଛନ୍ତି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ପ୍ରତି ଅପରାଧ ବିଲୋପ କରିବାରେ ସମାଜର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା, ମହିଳା ଏବଂ ଝିଅମାନଙ୍କ ପାଇଁ ଏକ ସମ୍ମାନଜନକ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କୁ ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରାଇବା ଯେପରି ସେମାନେ ସେମାନଙ୍କ ସୁରକ୍ଷା ପାଇଁ ଦାୟୀ ଅଟନ୍ତି ।