ଟୁରିଷ୍ଟ ଭିସାରେ ଆସି ଉଜବେକୀସ୍ତାନ ଓ ନେପାଳୀ ଝିଅ ପାଲଟିଲେ ହାଇପ୍ରୋଫାଇଲ କଲଗାର୍ଲ,ଏବେ ଗିରଫ ପରେ ଖୋଲିଲା ରହସ୍ୟ

ଭୋପାଳ୨୪।୮: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କ୍ରାମଇ ବ୍ରାଞ୍ଚ ଟିମ୍ ଏକ ବିଦେଶୀ ମହିଳାଙ୍କ ଦେହ ବ୍ୟବସାୟ ରାକେଟର ପର୍ଦ୍ଦାଫାସ କରିଛି। କ୍ରାଇମବ୍ରାଞ୍ଚର ଚଢାଉ ବେଳେ ଆପତ୍ତିଜନକ ଅବସ୍ଥାରେ ୩ ଜଣ କଲ୍ ଗାଲଁ ଓ ଜଣେ ଦଲାଲଙ୍କୁ ଗିରଫ କରାଯାଇଥିଲଶ।  ୩ ଜଣ ବିଦେଶୀ କଲଗାର୍ଲଙ୍କ ଭିତରେ ପୋଲିସ ଜଣେ ନେପାଳୀ ଓ ୨ ଜଣ ଉଜବେକିସ୍ତାନର ଯୁବତୀଙ୍କୁ ଗିରଫ କରିଛି।   ଉଜବେକିସ୍ତାନର ୨ ଯୁବତୀ ଏଠାକୁ ଟୁରିଷ୍ଟ ଭିସାରେ ଆସିଥିଲେ। ଭିସା ଅବଧି ଶେଷ ହେବା ପରେ ସେମାନେ ନିଜ ଦେଶକୁ ଫେରିଯିବା ବଦଳେ ଏଠାରେ ଦେହ ବ୍ୟବସାୟରେ ଲିପ୍ତ ହୋଇଯାଇଥିଲେ। ଅଭିଯୁକ୍ତ ଯୁବତୀଙ୍କ ନିକଟରେ ନକଲି ଭୋଟର ଆଇ କାର୍ଡ ଓ ପାନ କାର୍ଡକୁ ମଧ୍ୟ ପୋଲିସ ଗବତ କରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଦେହବେପାର ଧାରା ଅନୁସାରେ ମାମଲା ରୁଜୁ କରିଛି୧।

ଦୀର୍ଘ ଦିନ ଧରି କୋହିପିଜା ଅଞ୍ଚଳରେ ଦେହବେପାର କରାଯାଉଥିବା ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଗତ ସୋମବାର ବିଳମ୍ବିତ ରାତିରେ ବିଡିଏ କଲୋନୀର ଏକ ଘରକୁ ଏମାନଙ୍କୁ ଗିରଫ କରିଛି  ଚଢଉ ବେଳେ ୩ ଜଣ ବିଦେଶୀ ଯୁବତୀଙ୍କ ସହ ସୁଯୋଗ ଜୈନ(୩୫)ଓ କପିଲ ପଟେଲ (୩୭)ନାମକ ୨ ଜଣ ଗ୍ରାହକ ଓ ଦଲାଲ ଜନ୍ ମସିହ(୨୭)କୁ ଗିରଫ କରି  ଥାନାକୁ ନିଆଯାଇଥିଲା। ପଚରା ଉଚରା ବେଳେ ଯୁବତୀମାନେ ବିଦେଶୀ ହୋଇଥିବା ଓ ସେମାନଙ୍କ ଭିସା ଶେଷ ହୋଇଯାଇଥିବା ଜଣାପଡିଥିଲା। ପୋଲିସ ଘଟଣା ସ୍ଥଳରୁ ମଦବୋତଲ, ଅଶ୍ଲୀଳ ସିଡି ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା।

ପୋଲିସ ପଚରାଉଚରା କରିବା ବେଳେ ଏହି ଯୁବତୀମାନେ ସ୍ବୀକାର କରିଥିଲେ ଯେ, ସେମାନେ ୧୫ ଦିନିଆ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ବିବାହ ଉତ୍ତର ପ୍ରଦେଶ ଆଗରାରେ ହେବାର ଥିଲା।  ହେଲେ କୌଣସି କାରଣ ଯୋଗୁ ବିବାହ ହୋଇପାରିନଥିବା ବେଳେ ଭିସା ଅବଧି ସରିଯାଇଥିଲା। ଏଣୁ ପେନାଲ୍ଟି ଭାବେ ସେ ଦୂତାବାସ କାର୍ଯ୍ୟାଳୟରେ ୪ଶହ ଡଲାର ଜମା ମଧ୍ୟ କରିଥିଲେ। ହେଲେ ଦୁଇ ଯୁବତୀ ଭିସା ଅବଧି ସମ୍ପ୍ରସାରଣ ନିମନ୍ତେ ଆବେଦନ ନ କରି ଏଠାରେ ଦେହ ବ୍ୟବସାୟ କରୁଥିଲେ।  ସେମାନଙ୍କର ଦିଲ୍ଲୀ, ମୁମ୍ବାଇ, ଗୋଆ ସହିତ ବଡ ସହରରେ ଖୁବ୍ ଡିମାଣ୍ଡ ରହିଥିଲା। ନିକଟରେ ସେମାନେ ଦିଲ୍ଲୀରୁ ଭୋପାଳ ବିମାନ ଯୋଗେ ଅଣାଯାଇଥିଲା।

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର