PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ଦୁର୍ଗମ ପଥ ଅତିକ୍ରମ କରି ଲୋକଙ୍କ ଦୁଃଖ ବୁଝିଲେ ବ୍ରହ୍ମପୁର ଉପଜିଲ୍ଲାପାଳ

ପାତ୍ରପୁର ୯/୯: ପାତ୍ରପୁର ବ୍ଲକ୍‌ର ଦୁର୍ଗମ ଅପହଞ୍ଚ ଇଲାକାରେ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିଛି । ନଦୀ, ନାଳ ଓ ପାହାଡ଼ ଅତିକ୍ରମ କରି ଚାଲି ଚାଲି ପାହାଡ଼ ଉପର ଗାଁରେ ପହଞ୍ଚିଥିଲେ ବ୍ରହ୍ମପୁର ଉପଜିଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ । ପ୍ରତି ଗାଁ ପରିଦର୍ଶନ କରି ଲୋକଙ୍କ ଦୁଃଖ ବୁଝିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ପୁଣି ରବିବାର ବ୍ରହ୍ମପୁର ଉପଜିଲାପାଳ ଭାଉସାହେବ ଆଙ୍କୁଲି ପଞ୍ଚାୟତର ୪ ଆଦିବାସୀ ଗାଁ ବେହରାପୁଟୁ, ବଣିଆବସା, ଶିରିଶଗଣ୍ଡ ଓ ଏଲଗଲ ପରିଦର୍ଶନ କରିଛନ୍ତି । ଆଙ୍କୁଲି ପଞ୍ଚାୟତର ଏହି ଗ୍ରାମ ପାହାଡ଼ ଉପରେ ଅବସ୍ଥିତ । ବାରମ୍ବାର ବନ୍ୟା ଓ ବାତ୍ୟାରେ ଏହି ଗ୍ରାମଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିଲା । ସେମାନଙ୍କ ପାହାଡ଼ ତଳ ସମତଳ ଅଞ୍ଚଳରେ ଥଇଥାନ କରିବା ଲକ୍ଷ୍ୟରେ ଏହି ଗସ୍ତ କାର୍ଯ୍ୟକ୍ରମ ଥିଲା ବୋଲି ଉପଜିଲାପାଳ ଭାଉସାହେବ କହିଛନ୍ତି । ପାହାଡ଼ ତଳେ ବସତି ସ୍ଥାପନ କରିବାକୁ ଏହି ଗ୍ରାମବାସୀ ପୂର୍ବରୁ ରାଜି ହେଉନଥିଲେ ।

ଆଜି ଆଲୋଚନା ପରେ ସମ୍ମତ ପ୍ରଦାନ କରିଥିବା ଉପଜିଲାପାଳ କହିଛନ୍ତି । ଆସନ୍ତାକାଲି ତହସିଲଦାର ଗ୍ରାମବାସୀଙ୍କ ସହ ପୁଣି ଆଲୋଚନା କରିବେ । ସେମାନଙ୍କଠାରୁ ଲିଖିତ ସମ୍ମତି ଆଣିବେ । ସେମାନଙ୍କୁ ଘର ତିଆର କରି ଥଇଥାନ କରାଯିବ । ଆବଶ୍ୟକ ପଡ଼ିଲେ ଚାଷ ଜମି ଦିଆଯିବ । ସେଠାରେ ସମସ୍ତ ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ଉପଜିଲାପାଳ ଭାଉସାହେବ ସ୍ପଷ୍ଟ କରିଛନ୍ତି ।

ଆଜି ପୂର୍ବାହ୍ନରେ ବାଘଲଟି ଜଳଭଣ୍ଡାର ନିକଟରେ ଉପଜିଲାପାଳ ପହଞ୍ଚିବା ପରେ ସେଠାରୁ ଅଗ୍ନିଶମ ବିଭାଗର ପାୱାର ବୋଟ୍‌ ଯୋଗେ ତହସିଲଦାର ଡା. ଶ୍ରୀନିବାସ ବେହେରା ଓ ଅନ୍ୟମାନଙ୍କ ସହିତ ପାଣି ଘେରରେ ଯାଇ ବେହେରାପୁଟୁରେ ଗ୍ରାମବାସୀଙ୍କ ସହିତ ବୈଠକ କରିଥିଲେ । ସେଠାରେ ବେହେରାପୁଟୁ, ମାଡ଼ୁଆଗୁମା ଓ ଟ୍ରରବାଡ଼ ଗ୍ରାମବାସୀ ରାସ୍ତା ନିର୍ମାଣ ଦାବି କରିଥିଲେ । ଜଣକ ପିଛା ଏକ ଏକର ଜମି ଦେଲେ ସ୍ଥାନାନ୍ତର ହେବେ ବୋଲି ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ । ଏହାପରେ ବଣିଆବସା ଗ୍ରାମକୁ ବାହୁଦା ନଦୀ ପାର ହୋଇ ଚାଲି ଚାଲି ଯାଇଥିଲେ । ବିସ୍ଥାପନ ହୋଇଥିଲେ ମଧ୍ୟ ଭୂଅର୍ଜନ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାର ଚିହ୍ନଟ କରିଥିବା ଜାଗାକୁ ଯାଇ ପାରୁନଥିବା ଅଭିଯୋଗ କରିଥିଲେ । ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ବଣିଆବସା ପରେ ଶିରିଶଗଣ୍ଡ ଗ୍ରାମକୁ ଯାଇ ସେଠାରୁ ଯନ୍ତାଳ ନାଳ ମଧ୍ୟରେ ଚାଲି ଚାଲି ଏଲଗଲ ଗ୍ରାମରେ ପହଞ୍ଚିଥିଲେ । ଶିରିଶଗଣ୍ଡ ଓ ଏଲଗଲ ଗ୍ରାମବାସୀଙ୍କୁ ନେଇ ବୈଠକ କରିଥିଲେ । ତିତ୍‌ଲି ବାତ୍ୟା କ୍ଷତିପୂରଣ ପାଇନଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଥିଲେ । ଅନ୍ୟ କେତେକ ତୁରନ୍ତ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବାକୁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପାତ୍ରପୁର ବ୍ଲକ୍‌ ଆଙ୍କୋଲି ପଞ୍ଚାୟତର ପାଞ୍ଚଟି ଗ୍ରାମ ବେହେରାପୁଟୁ, ମାଡ଼ୁଆଗୁମା, ଝରବାଡ଼, ଶିରିଶଗଣ୍ଡ ଓ ଏଲଗଲ ଗ୍ରାମବାସୀଙ୍କୁ ଥଇଥାନ ନିମନ୍ତେ ଆସନ୍ତା ୧୩ରେ ଜିଲାପାଳଙ୍କ ଉପସ୍ଥିତିରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଉପଜିଲାପାଳ ଭାଉସାହେବ ସୂଚନା ଦେଇଥିଲେ । ଏହାପୂର୍ବରୁ ଗ୍ରାମବାସୀ ପାତ୍ରପୁର ତହସିଲଦାରଙ୍କ ଉପସ୍ଥିତିରେ ଥଇଥାନ ଜାଗା ଚିହ୍ନଟ କରିବେ । ଏହି ୫ଟି ଆଦିବାସୀ ଗ୍ରାମବାସୀଙ୍କୁ ଥଇଥାନ ନିମନ୍ତେ ତୁରୁବୁଡ଼ି ପଞ୍ଚାୟତର ଝଗଡ଼ାପଲ୍ଲୀ-କେନ୍ଦୁଗୁମା ନିକଟରେ ଜାଗା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସମସ୍ୟା ଜର୍ଜରିତ ଏହି ଆଦିବାସୀ ଗ୍ରାମବାସୀଙ୍କ ଦୁଃଖ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବ୍ରହ୍ମପୁର ଉପଜିଲାପାଳ ସେଠାରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ଗ୍ରାମବାସୀଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଥିବା ଅନୁମାନ କରାଯାଇଛି । ଉପଜିଲାପାଳ ଓ ତହସିଲଦାରଙ୍କ ସହିତ ଜରଡ଼ା ଆର୍‌ଆଇ ପ୍ରକାଶ ମଲ୍ଲିକ, ମାଲେଶୁ ପ୍ରଧାନ, ଲକ୍ଷ୍ମୀକାନ୍ତ ବିଷୋୟୀ, କୃଷ୍ଣଚନ୍ଦ୍ର କାର୍ଜୀ ଓ ରିତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପାତ୍ରପୁର ଅଗ୍ନିଶମ କର୍ମଚାରୀ ସହଯୋଗ କରିଥିଲେ ।