PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ଭୁବନେଶ୍ୱର ବିମାନବନ୍ଦର ସର୍ବଶ୍ରେଷ୍ଠ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଓଡ଼ିଶା ପାଇଁ ଖୁସି ଖବର । ଆନ୍ତର୍ଜାତିକସ୍ତରରେ ଭୁବନେଶ୍ୱରକୁ ମିଳିଛି ଆଉ ଏକ ଖ୍ୟାତି । ବିମାନ ଯାତ୍ରୀଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି ବିଜୁ ପଟ୍ଟନାୟକ ଆନ୍ତର୍ଜତିକ ବିମାନବନ୍ଦର, ତାହା ପୁଣି ବିଶ୍ୱସ୍ତରରେ । ଭୁବନେଶ୍ୱର ବିମାନବନ୍ଦର ଜିତିଛି ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି (ଏଏସ୍‌କ୍ୟୁ) ଆୱାର୍ଡ-୨୦୧୮ । ଏସିଆ ପ୍ୟାସିଫିକ୍‌ ରିଜନର ବାର୍ଷିକ ୨୦ ଲକ୍ଷରୁ ୫୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଉଥିବା ବିମାନବନ୍ଦର ବର୍ଗରେ ଭୁବନେଶ୍ୱର ନମ୍ବର ୱାନ୍‌ ହୋଇଛି । ବଡ଼ କଥା ହେଲା, ଏହି ଆୱାର୍ଡ ରେସ୍‌ରେ ଇଣ୍ଡୋନେସିଆ, ଇନ୍ଦୋର, ଚୀନ ଓ ଚଣ୍ଡିଗଡ଼ ବିମାନବନ୍ଦରକୁ ବି ପଛରେ ପକାଇ ଦେଇଛି ଭୁବନେଶ୍ୱର । ପ୍ରଥମ ଥର ପାଇଁ ଏଭଳି ଏକ ବିଶ୍ୱସ୍ତରୀୟ ସର୍ବେକ୍ଷଣରେ ଭୁବନେଶ୍ୱର ବିମାନବନ୍ଦର ଏତେ ବଡ଼ ସମ୍ମାନର ହକ୍‌ଦାର୍‌ ହୋଇଛି ।
ଏହି ଖବର ପ୍ରକାଶ ପାଇବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର କାର୍ଯ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆୱାର୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ହୋତାଙ୍କ କହିବାନୁଯାୟୀ ସମଗ୍ର ବିଶ୍ୱର ୧୭୬ ଦେଶର ୧୯୫୩ ବିମାନବନ୍ଦରକୁ ନେଇ ଏୟାରପୋର୍ଟ କାଉନସିଲ୍‌ ଇଣ୍ଟରନ୍ୟାସନାଲ୍‌ ରହିଛି । ବିମାନବନ୍ଦରଗୁଡ଼ିକ ଯାତ୍ରୀଙ୍କୁ କିଭଳି ସେବା, ସୁରକ୍ଷା ଓ ବ୍ୟବସ୍ଥା ଯୋଗାଉଛନ୍ତି, ଏହି ସଂସ୍ଥା ତା’ର ସର୍ବେକ୍ଷଣ କରିଥାଏ । ଯାତ୍ରୀଙ୍କ ମତାମତକୁ ଆଧାର କରି ସର୍ବେକ୍ଷଣ ହୋଇଥାଏ । ବିମାନବନ୍ଦରଗୁଡ଼ିକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି । ଆମ ବିମାନବନ୍ଦର ଏସିଆ ପ୍ୟାସିଫିକ୍‌ ରିଜନରେ ରହିଛି । ଏହି ରିଜନରେ ବାର୍ଷିକ ୨୦ ଲକ୍ଷରୁ ୫୦ ଲକ୍ଷ ଯାତ୍ରୀ ଯା’ ଆସ କରୁଥିବା ବିମାନବନ୍ଦର ବର୍ଗରେ ଭୁବନେଶ୍ୱର ବିମାନବନ୍ଦର ସ୍ଥାନ ପାଇଛି । ଏହି ବର୍ଗରେ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବାରେ ୨୦୧୮ ବର୍ଷ ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସର୍ବଶ୍ରେଷ୍ଠ ରହିଛି । ପ୍ରତି ବର୍ଷ ୪ ଥର ଲେଖାଏଁ ଏହି ସର୍ବେକ୍ଷଣ ହୋଇଥାଏ । ୨୦୧୮ରେ ହୋଇଥିବା ୪ଟି ଯାକ ସର୍ବେକ୍ଷଣରେ ଆମ ବିମାନବନ୍ଦରର ରେଟିଂ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୩୩ଟି ମାନଦଣ୍ଡକୁ ନେଇ ପ୍ରତି ଥର ମୋଟ ୫ ପଏଣ୍ଟକୁ ନେଇ ମାର୍କିଂ କରାଯାଇଥାଏ । ୨୦୧୭ ଅକ୍ଟୋବର-ଡିସେମ୍ବର ସର୍ବେକ୍ଷଣରେ ଆମ ବିମାନବନ୍ଦର ୪.୬୪ ମାର୍କ ପାଇଥିଲା । ୨୦୧୮ ଜାନୁଆରୀ-ମାର୍ଚ୍ଚରେ ଏହା ୪.୬୯କୁ ବୃଦ୍ଧି ପାଇଥିବାବେଳେ ଗତବର୍ଷ ଏପ୍ରିଲ-ଜୁନ୍‌ରେ ୪.୭୨ ଓ ଜୁଲାଇ-ସେପ୍ଟେମ୍ବରରେ ୪.୭୨ ପଏଣ୍ଟ ସ୍କୋର କରିଥିଲା । ଯାତ୍ରୀଙ୍କ ମନ ଜିଣିବାରେ ବିଶ୍ୱସ୍ତରରେ ଅନେକ ପ୍ରତିଷ୍ଠିତ ବିମାନବନ୍ଦରକୁ ପଛରେ ପକାଇ ଦେଇଛି ଭୁବନେଶ୍ୱର ।
ଶ୍ରୀ ହୋତା କହିଛନ୍ତି, ଆସନ୍ତା ସେପ୍ଟମ୍ବର ମାସରେ ମାଲେସିଆରେ ଆୱାର୍ଡ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ । ଇନ୍ଦୋର, ଚଣ୍ଡିଖୋଲ, ତ୍ରିଭେନ୍ଦ୍ରମ, ଇନ୍ଦୋର ସମେତ ଚୀନ, ଇଣ୍ଡୋନେସିଆର ବିମାନବନ୍ଦରକୁ ପଛରେ ପକାଇ ଦେଇଛି ଭୁବନେଶ୍ୱର । ଏହାଦ୍ୱାରା ଆନ୍ତର୍ଜାତିକସ୍ତରରେ ନିଜର ବଡ଼ ଦାବିଦାରୀ ଜାହିର କରିଛି । ଏଥିପାଇଁ ବିମାନବନ୍ଦରର ସମସ୍ତ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଧନ୍ୟବାଦ ।
ବର୍ତ୍ତମାନ ଭୁବନେଶ୍ୱରରୁ ଦୈନିକ ୪୬ଟି ବିମାନ ଉଡ଼ାଣ ଭରୁଥିବାବେଳେ ଆଗକୁ ଅନେକ କମ୍ପାନି ବିମାନ ସେବା ଆରମ୍ଭ କରିବାକୁ ଆଗେଇ ଆସିବେ । ଆଗାମୀଦିନରେ ପୁନେ, ଅହମ୍ମଦାବାଦ ଭଳି ରୁଟ୍‌ରେ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଶ୍ରୀ ହୋତା କହିଛନ୍ତି, ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଯାତ୍ରୀଙ୍କ ଆଗମନ ବଢ଼ିବାରେ ଲାଗିଛି । ଗତ ଆର୍ଥିକ ବର୍ଷରେ ୩୨ ଲକ୍ଷ ଯାତ୍ରୀ ଯାଆସ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ଫେବ୍ରୁଆରୀ ସୁଦ୍ଧା ୪୧ ଲକ୍ଷରେ ପହଞ୍ଚିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏଥର ଯାତ୍ରୀଙ୍କ ସଂଖ୍ୟା ୪୫ ଲକ୍ଷ ଛୁଇଁବା ଆଶା କରାଯାଉଛି । ଆସନ୍ତା ବର୍ଷକୁ ଯାତ୍ରୀ ସଂଖ୍ୟା ୫ ଲକ୍ଷ ଛୁଇଁପାରେ ।