ଭୁବନେଶ୍ୱରରେ ଆୟୋଜିତ ହେବ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ

ଭୁବନେଶ୍ୱର ୨୮/୮: ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ଓଡ଼ିଶା ଆଉ ଏକ ପାଦ ଆଗକୁ ବଢ଼ି ଫିଫା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ହେବାର ଗୌରବ ଲାଭ କରିଛି । ୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଭାରତ ଆୟୋଜନ କରୁଛି । ଦେଶର ପ୍ରମୁଖ ୪ଟି ଭେନ୍ୟୁରେ ଏହି ବିଶ୍ୱକପ୍‌ ଆୟୋଜିତ ହେବ । ଆଜି ପ୍ରଥମ ଭେନ୍ୟୁ ଭାବେ ଭୁବନେଶ୍ୱରକୁ ପ୍ରାଥମିକ ସ୍ୱୀକୃତି ମିଳିଛି । ଆୟୋଜକ କମିଟିର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ଘୋଷଣା କରିଛନ୍ତି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ଉପସ୍ଥିତ ରହିଥିଲେ ।

ବିଶ୍ୱକପ୍‌ ୨୦୨୦ରେ ଆୟୋଜିତ ହେବ । ୧୬ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଆୟୋଜକ ଦଳ ଭାବେ ଭାରତୀୟ ମହିଳା ଦଳ ପ୍ରଥମ ଥର ବିଶ୍ୱକପ୍‌ ଖେଳିବ । ଫିଫା ପକ୍ଷରୁ ଖୁବ୍‌ ଶୀଘ୍ର ଅନ୍ୟ ୧୫ଟି ଦଳଓ କ୍ରୀଡ଼ା ସୂଚୀ ଘୋଷଣା କରାଯିବ । ଭୁବନେଶ୍ୱରରେ ଗୋଟିଏ ଗ୍ରୁପ୍‌ର ଲିଗ୍‌ ପର୍ଯ୍ୟାୟ ଖେଳାଯିବ । ତେଣୁ ଏଠାକୁ ୪ଟି ଦଳ ଆସିବେ । ଅତି କମ୍‌ରେ ୩ଟି କିମ୍ବା ଅତି ବେଶୀରେ ୬ଟି ମ୍ୟାଚ୍‌ ଏଠାରେ ଖେଳାଯିବ ବୋଲି କ୍ରୀଡ଼ା ସଚିବ ସୂଚନା ଦେଇଛନ୍ତି ।

ବାତ୍ୟା ‘ଫୋନି’ରେ କଳିଙ୍ଗ ଷ୍ଟାଡିୟମର ବହୁ କ୍ଷୟକ୍ଷତି ହୋଇଥିଲା । ଏହା ପରଠୁ କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଷ୍ଟାଡିୟମର ନବକଳେବର ହେବା ସହ ପଡ଼ିଆ ଓ ଗ୍ୟାଲେରୀର ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ପୂର୍ବରୁ ଓଡ଼ିଶା ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌, ହକି ବିଶ୍ୱକପ୍‌ ଓ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

   ସମ୍ବନ୍ଧିତ ଖବର


ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…

ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଘଟଣା, ଡିସିପି ବା ତଦୁଦ୍ଧ୍ୱ୍ୱର୍ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ